ମୋ ମାର ହସ
ମୋ ମାର ହସ
ସେଦିନ ମା କୋଳରେ ଶୋଇ ଅଜଣା ଆଖିରେ ଦେଖୁଥିଲି ତା ଲୁହକୁ
ମୋର କୋମଳ ଗାଲରେ ତା ଗରମ ଲୁହର ସ୍ପର୍ଶ ବାରିହୋଇପଡୁଥିଲା ସ୍ପଷ୍ଟଭାବେ
ଯେତେବେଳେ ଗୁରୁଣ୍ଡିବାକୁ ଆରମ୍ଭ କଲି ତାର ଦୁର୍ବଳ ହାତରେ କାଖ ହୋଇ ଦେଖିଛି ନିରବ ଆକାଶରେ ଜହ୍ନ କୁ
ଯେତେ ବଡ ହେଉଥିଲି ତାର ଓଠ ସେତେ ଶୁଖିଯାଉଥିଲା ଆଉ ମୁହଁର ଚର୍ମ ହେଉଥିଲା ଶୁଷ୍କ
କାରଣ ସିଏବି ମୋ ଆଖିରେ ଦେଖୁଥିଲା ନାରୀ ଜୀବନର ଦୁଃଖ
କେବେବି ଦେଖିନଥିଲି ତା ଓଠରେ ହସର ସୂକ୍ଷ୍ମ ଧାର
ଆଜି ଯେତେବେଳେ ମୁଁ ସମାଜରେ ମୁଣ୍ଡ ଟେକି ସୃଷ୍ଟି କରିଛି ମୋ ନିଜ ପରିଚୟ
ମୋ ମା ଆଜି ମୋ ମୁହଁରେ ଖୋଜୁଛି ଖୁସିର ନିଳୟ
ତା ଓଠରେ ଖେଳଇ ଉଠୁଛି ଅନାଗତ ଯୁଗର ହସ
ସେଇ ହସ ହିଁ ପାଲଟିଛି ମୋ ବଂଚିବାର ଆଧାର ||