Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan Sethi

Abstract Children Stories Inspirational

3  

Narayan Sethi

Abstract Children Stories Inspirational

ମୋ ମା

ମୋ ମା

1 min
187



ମା ତୋ ପାଇଁ ଶବ୍ଦ ନାହିଁ

କିଛି କହିବା ନିମନ୍ତେ

ତୁ ତ ତୋ ଶରୀରରୁ ମୋତେ ଜନ୍ମ ଦେଇଛୁ

ତୋ ରକ୍ତ ମାଂସରୁ ମୋତେ ଗଢ଼ିଚୁ....!!

ନଅ ମାସର ଦୁଃଖ ଯନ୍ତ୍ରଣା କୁ ସହି ସହି

ମୋ ହସ ହସ ମୁଁହ କୁ ଦେଖିବୁ ବୋଲି

ତୋ ନିଜକୁ ତୁ ନର୍କ କଷ୍ଟ କୁ ଆପଣେଇଛୁ

ମୋ ପାଇଁ ସୁନାର ସ୍ବପ ଦେଖିଛୁ......!!

ଗର୍ଭ ରୁ ହିଁ ମୁଁ ତୋତେ ବହୁତ କଷ୍ଟ ଦେଇଛି

ହେଲେ ବି ତୁ ମୋତେ ତୋ ସ୍ନେହରେ

କେବେବି କମ କରିନୁ ଆହୁରି ଅଧିକା

ସ୍ନେହ ଶ୍ରଦ୍ଧା ମମତା ଖୁବ ଦେଇଛୁ.....!!

ତୁ ତ ମଣିଷ ରୂପରେ ଚଳନ୍ତି ଠାକୁର

ମନ୍ଦିର ମୁଁ ଯିବି କିଆଁ ବାରମ୍ବାର

ତୋ ପାଦ ସ୍ପର୍ଶରେ ମୋ ଭାଗ୍ୟ

ତୋ ମୁହେଁ ଆହା ପଦ ମୋ ଏ ସଂସାର....!!

ଦୁନିଆଁ ରେ ମା ନାମ ପରା ଗୋଟିଏ

ଯିଏ ନିଜର କେବେ ଚିନ୍ତା ନ କରି

ସଦା ସର୍ବଦା ତା ଛୁଆ ର ମଙ୍ଗଳ ଚାହେଁ

ତା ସନ୍ତାନ ରାଗିଲେ କି ଋଷିଲେ

ତଥାପି ତା ମମତା ରେ

ତା ଛୁଆକୁ କୋଳେଇ ନିଏ.....!!

ମା ପରି କିଏ ହେବ

ସେତ ଜୀବନ୍ତ ଭଗବାନ ଙ୍କ ରୂପ

ତା କୋଳ ଆମ ପାଇଁ ସ୍ୱର୍ଗ ସମାନ

ତା ପଣତ ଶାନ୍ତିର ବାସ୍ତବ ଆଶ୍ରୟ....!!



Rate this content
Log in

Similar oriya poem from Abstract