Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Murari Prasad Pasaet

Inspirational

4.0  

Murari Prasad Pasaet

Inspirational

ମୋ ମା ଦୁର୍ଗା ମା

ମୋ ମା ଦୁର୍ଗା ମା

1 min
244



ମୋ ମାଆ ମୋ ମାଆ

    ମୋ ମାଆ ଦୁର୍ଗା ମାଆ ।୦।।


ହୃଦୟେ ତୁହି ମୋ ଆତ୍ମଜ୍ୟୋତି

ମନରେ ତୁହିଁମୋ ଆତ୍ମଶାନ୍ତି।

ପାଣରେ ପ୍ରାଣର ସ୍ପନ୍ଦନ ତୁ ମାଆ

    ମୋ ମାଆ ମୋ ମାଆ ।୧।।


ବିଶ୍ୱାସେ ତୁହି ମୋ ପରିତୃପ୍ତି

ପ୍ରଶ୍ୱାସେ ତୁ ଅଜପା ଗାୟତ୍ରୀ ।

ଅଗ୍ନିସମ୍ଭୂତା ମାଆ ତୁହି ଅନନ୍ୟା  

     ମୋ ମାଆ ମୋ ମାଆ ।୨।।


ଭାବରେ ଭାବରେ ତୁ ମୋ କୋହ

ଭାଷାରେ ଭଣିଲେ ଝରେ ଲୁହ ।

ତୁହି ମୋ ଧ୍ୟାନର ଦିବ୍ୟ ପ୍ରତିମା

     ମୋ ମାଆ ମୋ ମାଆ ।୩।।


ବିଦ୍ୟାରେ ବୁଦ୍ଧିରେ ତୁହିଁମୋ ଶକ୍ତି

ତତ୍ତ୍ୱରେ ତଥ୍ୟରେ ଶ୍ରୀ ଗୁରୁ ମୂର୍ତ୍ତି।

ଶିକ୍ଷାରେ ଦୀକ୍ଷାରେ ଜପେ ତୋ ନାଆଁ

    ମୋ ମାଆ ମୋ ମାଆ ।୪।।


କ୍ଷୁଧାରେ ତୃଷାରେ ଖୋଜେ ମାଆ ତତେ

ଭକ୍ତିରେ ଭିଜି ମାଆ କାନ୍ଦେ ମୁଁ କେତେ ।

ସ୍ମରି ସ୍ମରି ତୋର ଗୁଣ ଗାରିମା

    ମୋ ମାଆ ମୋ ମାଆ ।୫।।


ଯୋଗରେ ଯାଗରେ ତୁହି ମୋ ଲକ୍ଷ୍ୟ

ଭୋଗରେ ରୋଗରେ ସୁଖ ଓ ଦୁଃଖ ।

ଜୀବନ ଜଞ୍ଜାଳେ ହୁଏ ଛାନିଆ  

    ମୋ ମାଆ ମୋ ମାଆ ।୬।।


କର୍ମରେ ଧର୍ମରେ ତୁହି ପ୍ରେରଣା

ପାପରେ ପୂଣ୍ୟରେ ମୁଁ ହୁଏଁ ବଣା ।

ନିମିତ୍ତ ମାତ୍ର ମୁଁ ନ କର ଘୃଣା

    ମୋ ମାଆ ମୋ ମାଆ ।୭।।


ସ୍ଵର୍ଗରେ ନର୍କରେ ଯେଉଁଠି ଥିବି 

ଚିତ୍ତରେ ଗୀତରେ ତୋତେ ଦେଖିବି।

ମୁରାରୀ ଗୁହାରି ହେଉ ଶୁଣିମାଁ

    ମୋ ମାଆ ମୋ ମାଆ ।୮।।


   



Rate this content
Log in