Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagyabanta Mahaling

Fantasy Inspirational Others

4  

Bhagyabanta Mahaling

Fantasy Inspirational Others

ମୋ ଜନ୍ମଭୂମି

ମୋ ଜନ୍ମଭୂମି

1 min
291



  ଜନମ ହୋଇଛି ଯେଉଁଠାରେ ମୁହିଁ

  ସେହି ମୋର ଜନ୍ମଭୂମି

  ବାଲ୍ୟବସ୍ଥାରେ ଗୋଡ଼ ଖସିଯାଇ

  ଗାଲରେ ଦେଇଛି ଚୁମି ।

  ଛୋଟରୁ ପୁଣି ବଡ଼ ହେଲି

  ଶିଖିଲି ମୁହିଁ ଭାଷା 

  କେତେ ମିଠା କେତେ ଖଟା

  ଖାଇଲି ମଧ୍ୟ କଷା ।

  ଭୁଲିବିନି କେବେ ଜୀବନେ ତାକୁ

  ଥିବା ଯାଏଁ ପ୍ରାଣବାୟୁ 

 ଜନ୍ମଭୂମି ମୋର ମାତୃସମ

  ସାଧିବିନି ତାକୁ ଦାଉ ।

 କେତେ ବିରଜ୍ଞାନି ଜନମିଲେ ଏଠି

  କରିଥିଲେ କେତେ ପୁଣ୍ୟ

  ଜନମିଲି ମୁହିଁ ତୋ କୋଳେ ମାଁ

  ଜୀବନ ହେଲା ମୋ ଧନ୍ୟ। 

 ଛାତିରେ ତୋର ପାଦ ଦେଇ 

  ଶିଖିଲି ମୁହିଁ ଚାଲି

  ଖେଳି ଖେଳି ଆନନ୍ଦରେ ସତେ

  ଉଡାଇଲି କେତେ ବାଲି ।

କାହିଁକି କେଜାଣି ଆଜି ଏ ମନ

  ହୁଏ ଶୁଷ୍କ ତୃଣ ପରି

  ଜନ୍ମଭୂମି ଠାରୁ ଦୂରରେ ରହିଛି

  ମନେ ପଡୁଛି ଭାରି ।।


Rate this content
Log in

Similar oriya poem from Fantasy