Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational Others

3  

Srinibas Mahalik

Inspirational Others

ମୋ ଗାଁ

ମୋ ଗାଁ

1 min
6.8K


ମୋ ଗାଁର ପାଣି ମନ ନିଏ କିଣି

ଅମୃତ ଭଳିଆ ମିଠା

ମୋ ଗାଁ ପବନ ଶୀତୁଆ ସପନ

ମନେ ମାରେ ମଧୁ ଛିଟା ।୧।

ମୋ ଗାଁ ପୋଖରୀ ଗଙ୍ଗା ନଦୀ ପରି

ପାଣି ତାର ସ୍ୱଚ୍ଛ କାଚ

ମୋ ଗାଁର ପିଲା ବହୁତ ଚଗଲା

କରନ୍ତି ସେଠାରେ ନାଚ ।୨।

ମୋ ଗାଁ ପଡିଆ ସବୁଠୁ ବଢ଼ିଆ

ଖେଳିବା ପାଇଁକି ଖେଳ

ମୋ ଗାଁର ସାଙ୍ଗ ଇନ୍ଦ୍ରଧନୁ ରଙ୍ଗ

ଖେଳନ୍ତି ହୋଇକି ମେଳ ।୩।

ମୋ ଗାଁର ରାସ୍ତା ଶାମୁକାର ମୁକ୍ତା

ଡାକୁଥାଏ ହାତଠାରି

ମୋ ଗାଁର ବାସ୍ନା ସରଗର ଜୋସ୍ନା

ଦେଉଥାଏ ମନ ଭରି ।୪।

ମୋ ଗାଁର ପର୍ବ ଲାଗେ ମୋତେ ଗର୍ବ

ପାଇଥାଏ ବହୁ ଖୁସି

ମୋ ଗାଁର ଲୋକ ସମସ୍ତେ ତ ଏକ

ପାଳିଥାଉ ମିଳିମିଶି ।୫।


Rate this content
Log in

Similar oriya poem from Inspirational