Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Abstract

2  

Dharitri Das

Abstract

ମୋ ଗାଆଁ ମୋ ମାଟି

ମୋ ଗାଆଁ ମୋ ମାଟି

1 min
78



ସାରା ବିଶ୍ୱରେ ମୋ ଗାଆଁ ଇଚ୍ଛାପୁର

       ଜିଲ୍ଲା ଅଟେ ଯାଜପୁର

ପାଶେ ବହିଯାଏ ଖରଶ୍ରୋତା ନଦୀ

        କୁଳୁକୁଳୁ ଶବ୍ଦ ତାର।

ନଦୀ କୂଳ ପାଳ ପନି ପରିବାରେ

       ଦିଶଇ କେଡେ ସୁନ୍ଦର

ସବୁଜିମା ଭରା ବାଡ଼ି ବଗିଚାରେ

       ଚତୁର୍ଦିଗ ଭରପୁର।

ଗ୍ରାମର ମୁଣ୍ଡରେ ମନ୍ଦିର ରହିଛି

      ଜାଗୁଳାଇ ମାଆଙ୍କର

ତା ପାଶକୁ ଲାଗି ରହିଅଛି ଦେଖ

      ନନ୍ଦ ଉତ୍ସବ ମନ୍ଦିର।

ବରଷକେ ଥରେ ଜନ୍ମାଷ୍ଟମୀ ପର୍ବ

     ପାଳିଥାନ୍ତି ଆନନ୍ଦରେ

ମାତିଥାନ୍ତି ସର୍ବେ ନାମ କୀର୍ତ୍ତନରେ

      ଆଉ ବାଗୁଡି ଖେଳରେ।

ସାତ ଦିନ ଧରି ଭୋଜି ଭାତ ହୁଏ

      କମ୍ପିଉଠେ ଗ୍ରାମଭୂମି

ଜଣାଯାଏ ସତେ ଗୋପପୁରେ କୃଷ୍ଣ

       ରହି ଅଛନ୍ତି ଜନମି।

ଭାଇଚାରା ଗଢ଼ି କ୍ରୋଧ ହିଂସା ବର୍ଜି

       ହରଷ ହୋଇ ସରବେ

ମନରେ ନଥାଏ    ଛନ୍ଦ କି କପଟ

       ନାଚନ୍ତି ଅତି ଗରବେ।

ଘରେ ଘରେ ପୁଣି  ବନ୍ଧୁ ବାନ୍ଧବଙ୍କ

        ଭିଡ଼ ଜମି ରହିଥାଏ

ପିଠା ପଣା ଗଢ଼ି   ବଣ୍ଟାବଣ୍ଟି କରି

      କେତେ ସୁଖ ମିଳିଥାଏ।

ତାହା ସହିତରେ   ବନ୍ଧୁ ମିଳନର

       ଏତ ଅପୂର୍ବ ସୁଯୋଗ

ସବୁ ଝିଅଙ୍କର ଭେଟାଭେଟି ହେବା

      ପାଇଁକି ଉତ୍ତମ ଯୋଗ।

ସମ୍ବଲପୁରୀ ଓ ଘୋଡାନାଚ ସହ

      ପାଲା ଦାସକାଠିଆର

କୋଳାହଳ ସହ ଭଜନ କୀର୍ତ୍ତନ

     ବଣଭୋଜି ମଜାଦାର।

ବର୍ଣ୍ଣି ନୁହେଁ ତାର ଉପମା ମାଧୁରୀ

     ସେତ ମୋ ଗାଁ ଇଛାପୁର

କି ବର୍ଣ୍ଣିବି ମୁହିଁ କ୍ଷମତା ମୋ କାହିଁ

       ଦିନ ଧରିତ୍ରୀଟି ଛାର।

କେବଳ ମାତର କରୁଅଛି ଅଳି

     ସେହି କୃଷ୍ଣଙ୍କ ପୟରେ

ଦୀର୍ଘଜୀବି ହେଉ ଅନୁଷ୍ଠାନ ତୁମ

      କୃପା ବଳୟ ମଧ୍ୟରେ।


Rate this content
Log in

Similar oriya poem from Abstract