ମୋ ଦେଶ ମା
ମୋ ଦେଶ ମା
ମୋ ବୋଉ କହେ
ଧନରେ ଏ ମାଆକୁ ପଛକେ ଭୁଲି ଯିବୁ
ତୋ ଦେଶ ମାଆକୁ
ଜମା ବି ଭୁଲିବୁନି......
ଏନ୍ତୁଡିଶାଳଟା ସିନା ମୋର
ଜୀବନ ଢିହଟା ପରା ତା'ର ....
ହାଣ୍ଡିଶାଳଟା ସିନା ମୋର
ଦୁନିଆଁ ଖଳାଟା ପରା ତା'ର ....
ମୋ ଯନ୍ତ୍ରଣା ଥରେ କି ଦୁଇ ଥର
ଅହରହ ଗର୍ଭ ବେଦନା ପରା ତା'ର.....
ମୋ ପଣତ ଖାଲି ତୋତେ ଘୋଡାଏ
ତା ' ଛାତି ପରା କୋଟି ପଣତ ବଞ୍ଚାଏ .....
ଧନ ଦେଶ ମାଆର ଅଛି ଅନେକ ଦୁଃଖ
ତା ସେବା କରି ତୁ ରଖିବୁ ଟେକ ......
ବାବୁ ସ୍ନେହ ପ୍ରେମର ଆଲୁଅ ସଦା ଜାଳିବୁ
ଶାନ୍ତି ମୈତ୍ରୀରେ ସଭିଙ୍କ ମନ ଜିଣିବୁ......
ଅଭାବି ଗରିବଙ୍କ ଲୁହ ତୁ ପୋଛିବୁ
ଦେଶ ମାଆ ଲାଗି ତୁ ରକତ ଦେବୁ......
କୂଟନୀତିକୁ ତୁ କରିବୁ ଅମୋଘ ଅସ୍ତ୍ର
ଶତ୍ରୁକୁ ତେବେ ତୁ କରିପାରିବୁ ପରାସ୍ତ .......