Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Children

3  

Dharitri Das

Children

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
135


ସାରା ବିଶ୍ୱରେ ମୋ ଦେଶ ଭାରତ

ଗୌରବ ଯାହାର ଚିର ଶାଶ୍ୱତ।


ବହିଯାଏ ଗଙ୍ଗା ଯମୁନା ନଈ

ପାଦକୁ ତାହାର ଦିଅଇ ଧୋଇ।


ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର

ମନ୍ଦିର ମାଳିନୀ ଭୁବନେଶ୍ୱର।


ହିମାଳୟ ଯାର ମଉଡ଼ ମଣି

ପୁରିଅଛି ଯହିଁ ଖାଦାନ ଖଣି।


ଆମଦେଶ ପାଇଁ ଆମେ ଗର୍ବିତ

ହସି ହସାଇବା ସାରା ଜଗତ।


ଆଗାମୀ ଦିନର ନୂଆ ଅତିଥି

ଆସ ଆମେ ହେବା ସରବେ ସାଥୀ।


ବନ୍ଧୁର ପଥେ କରି ଅଭିଯାନ

ମୁକ ମୁଖେ ଫୁଟାଇ ଭାଷାମାନ।


ମେଘରେ ବିଜୁଳି ପରିକା ଆମେ

ଚମକାଇ ଦେବା ଭାରତ ଭୂମେ।


ରଖିବା ଦେଶ ଓ ଜାତିର ମାନ

ପ୍ରବାସୀ ହେବାକୁ ନ କରି ମନ।


ନିଜ ଦେଶ ଖଣି ଖାଦାନେ ଖଟି

ଉନ୍ନତ କରିବା ଭାରତ ମାଟି।


Rate this content
Log in

Similar oriya poem from Children