Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Omm Prasad Pradhan

Romance

2  

Omm Prasad Pradhan

Romance

ମୋ ଚିତ୍ରା ପାଇଁ

ମୋ ଚିତ୍ରା ପାଇଁ

1 min
2.9K


ମୁଁ ଚିତ୍ର ଆଙ୍କେନି 

କବିତା ର କେଇ ବୁନ୍ଦା ଜଳ 

ମୋ ପାଇଁ ଯଥେଷ୍ଟ ....

ଚିତ୍ର ର ଚକୁଳି ରୁ ବିନ୍ଧ ଗଣିବା

ମୋ ପାଇଁ ଦୂରୁହୁ ବ୍ୟାପାର 


ତଥାବି ମୁଁ ଚିତ୍ର ଦେଖେ 

ସକାଳ ର ପେଚା ସାଜି

ବାଃ ବାଃ କରେ 

ମୋ ଚିତ୍ରା ପାଇଁ


ମୋ ଚିତ୍ରା ଚମତ୍କୃତ ହୁଏ 

କେଇ ମିଠା ପ୍ରଶଂସା ଶୁଣି 

କେମିତି ବା କରି ନଥାନ୍ତି 

ସେ ଏବେ କେଇ ଦିନ ର ଅତିଥି !


ଶେଷ ଶଯ୍ୟା ରେ

କିଛି ତୁଳୀ ଆଉ ରଙ୍ଗ ନେଇ

ମୋର ଉପସ୍ଥିତ କୁ ଚାହୁଁଛି

ମୋ ଜୀବନ ପୃଷ୍ଠା ରେ ଲୁହ ନୁହେଁ

କେଇ ପୃଷ୍ଠା ହସ କୁ ଚାହୁଁଛି 


ଅନେକ କୋହ କୁ ଚାପି ରଖି

ମୁଁ ହସୁଛି

କେବଳ ଚିତ୍ରା ପାଇଁ 

ମୟୂରୀ ଯଦି ମେଘ କୁ ବର୍ଷିବାକୁ କୁହେ

ମେଘ କଣ ମନା କରିବ

ମୁଁ ବି ଆଜି ମେଘ ସାଜିଛି 

ମୋ ପ୍ରେୟସୀ ପାଇଁ 

ହସ ର ବୁନ୍ଦା ଗୁଡିକୁ 

ମୋ ପ୍ରିୟା ର ମଥା ଉପରେ

ଢାଳି ଦେଉଛି

ତା' ଅଜାଣତରେ


Rate this content
Log in

Similar oriya poem from Romance