Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Others

3  

Chinmaya Kumar Nayak

Others

ମୋ ଭିତରର ମୁଁ

ମୋ ଭିତରର ମୁଁ

1 min
160


 ମୋ ଭିତରର ମୁଁ ଜଣକ ଅନେକାଂଶରେ ମୋ ଭଳି ସତ

ମୁଖା ପିନ୍ଧି ଲୁଚିଥାନ୍ତି ସେଠି ଆଉ କିଛି ଅଚିହ୍ନା ବ୍ୟକ୍ତିତ୍ଵ।

ସତରେ ଏକବାର ମୁଁ ହୋଇ ରାହିବାଟା ଭାରି ଅସମ୍ଭବ

ମୋର ଓ ତୁମର ଏ ବୈଚିତ୍ର୍ୟରେ ହିଁ ଶୁଭେ ଜୀବନ ସଙ୍ଗୀତ। 


ବେଳେବେଳେ ଧନ୍ଦି ହୁଅନ୍ତି ବିରୋଧାଭାସର ଭୁଲ ଭୁଲେୟାରେ

ଉଭୟ ମୁଁ ଓ ମୋ ଭିତରର ମୁଁ ହସ୍ତେ ଧରି ତର୍କ ତରବାରୀ 

ସେଇ ଦ୍ଵନ୍ଦ୍ୱ ଯୁଦ୍ଧରୁ ହିଁ ସୃଷ୍ଟି ହୁଏ ଅନୁଭୂତିର ସୁଦୀର୍ଘ ପ୍ରବନ୍ଧ

ଏଇତ ଜୀବନ ଯେଉଁଠି ବଞ୍ଚିବାକୁ ନିତି ଚାଲେ ମୁକ୍ତ ରାହାଗିରି।

ବହୁବାର ତୁମେ ମଧ୍ୟ ଆସି ଛୁଇଁ ଦେଇ ଯାଅ ମୋ ଭିତରକୁ

କେବେ ମୁଁ ହୁଏ ତୁମେ ଓ ତୁମେ ହୁଅ ମୁଁ ପରସ୍ପରେ ହୋଇ ପ୍ରଭାବିତ।।


ଏଇ ଛୁଇଁବା ଓ ନ ଛୁଇଁବା ଭିତରେ ହିଁ ବୟସଟା ବଢେ

ଘଟଣା ମାନଙ୍କର ପାହାଚରେ ଚଢ଼ି ସମୟ ବି ଗଡେ 

ମୋ ଭିତରେ ଓ ତୁମ ଭିତରେ ହୁଏ ଅନେକ ପରିବର୍ତ୍ତନ

ସ୍ଵପ୍ନ ଓ ବାସ୍ତବତାର ଯୁଦ୍ଧରେ ପରିଚୟ ଆପେ ବଳି ପଡ଼େ।

ବାରମ୍ବାର ବଦଳିବା ପରେ ମୁଁ ଯେବେ ଖୋଜିବସେ ନିଜକୁ

ମୁଁ ଆଉ ମୁଁ ହୋଇ ରହି ନଥାଏ ସାଜିଥାଏ ଅପର ବ୍ୟକ୍ତିତ୍ଵ। 


ମୁଁ ରାଗେନାହିଁ କେବେ ତୁମ 'ମୁଁ ବଦଳିଯାଇଛି' ଅଭିଯୋଗରେ

ତୁମେ ହିଁ ତ ବଦଳାଅ ମୋତେ ପ୍ରତିଥର ତୁମ ଅଲକ୍ଷ୍ୟରେ

ଅପରିବର୍ତ୍ତିତ ରହିନାହିଁ କିଛି ଏ ବଦଳୁଥିବା ଜୀବନ ପଥରେ

ଅସ୍ଥିରତାର ଅନ୍ୟ ନାମ ହିଁ ଜୀବନ ତୁମ ଆଉ ମୋ ଅଭିଧାନରେ। 

ଆସ ମୁଁ ହୋଇଯାଏଁ ରଙ୍ଗୀନ ତୁମ ରଙ୍ଗରେ ତୁମ ପାଖେ ଥିଲେ

ତୁମେ ବି ଯେବେ ମୋତେ ଛୁଇଁ ଯାଅ ହୋଇଯାଅ ମୋ ରଙ୍ଗେ ଚିତ୍ରିତ। 



Rate this content
Log in