STORYMIRROR

Dr.Omm Prasad Pradhan

Inspirational

4  

Dr.Omm Prasad Pradhan

Inspirational

ମୋ ବହି

ମୋ ବହି

1 min
23.7K


ମୋ ବହି ମୋ ପ୍ରକୃତ ବନ୍ଧୁ 

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ

ନିର୍ଜୀବ ବସ୍ତୁଟିଏ ବି ବନ୍ଧୁ ହେଇପାରେ 


କେଇ ଖଣ୍ଡ କାଗଜ , କାଳି 

ଆଉ କଳ୍ପନାର ସମାହାରରେ 

ବହି ଜୀବନ୍ୟାସ ପାଏ

ପାଠକ ପାଖରେ ପହଞ୍ଚିବା ପାଇଁ 

ନିଜକୁ ପ୍ରସ୍ତୁତ କରେ .....


କବି ର ସଂମ୍ବେଦନା 

କମନୀୟ ଲେଖନୀର ସ୍ପର୍ଶ 

ଲେଖକର ଲାଳିତ୍ୟ, ଛନ୍ଦ, ସାହିତ୍ୟ 

ପରିପୂର୍ଣ୍ଣ କରେ ବହିଟିକୁ ....


ନିଷ୍ପ୍ରାଣ ଶରୀରରେ 

ତାର ପ୍ରାଣ ଭରିଯାଏ

ଆଉ ସେ ଜୀବନ୍ତ ହୋଇଉଠେ 

ପାଠକ ମନକୁ ଆନ୍ଦୋଳିତ କରି 

ନିଷ୍ଠୁର ହୃଦୟକୁ ଝଙ୍କୃତ କରି  

କଳୁଷିତ ହୃଦୟକୁ ପବିତ୍ର କରି

ପାଠକର ନିତ୍ୟ ସହଚର ହୁଏ 

ଆଉ ପ୍ରକୃତ ବନ୍ଧୁ ଭାବେ ,

ସବୁବେଳେ ତା' ସହିତ ଥାଏ 

ଯେମିତି ମୋ ବହି ........।



Rate this content
Log in

Similar oriya poem from Inspirational