STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ମୋ ବାପା

ମୋ ବାପା

1 min
207



ମାଆ ପୃଥିବୀ ହେଲେ ବାପା ଆକାଶ

ମାଆ ଜଳରାଶି ହେଲେ ବାପା ସମୁଦ୍ର

ମାଆ କଠୋର ହେଲେ ବାପା କୋମଳ

ମାଆ ଓ ବାପା ପରସ୍ପର ପରିପୁରକ

ମାଆ ସ୍ନେହ ଓ ଆଦରର ପୂଜାରୀ

ହେଲେ ବାପା ବିଶାଳ ହୃଦୟର ଅଧିକାରୀ

ବାପାର ହୃଦୟକୁ  ଚିହ୍ନି ହୁଏନା

ହୃଦୟ ଖୋଲି ଦେଖାଇ ପାରେନି ବାପା

ମାଆର ଲୁହ ରେ ସ୍ନେହ ବାରିହୁଏ

ହେଲେ ବାପା ତ କଠୋର ପାଷାଣଟିଏ

ନାଁ କାନ୍ଦି ପାରେ ନା ଦେଖାଇପାରେ ।।

କେବଳ ନିରବ ଦ୍ରଷ୍ଟା ଦର୍ଶକ ସାଜିପ।ରେ,

ଝିଅର ବାହାଘରରେ ମା ତ କାନ୍ଦେ

ହେଲେ ବାପା ସେତ ବିରାଟ ଅଭିନେତା

କାନ୍ଦି ନ କାନ୍ଦିବାର ଅଭିନୟ କରିପାରେ ।

ଅଭିନୟ କରୁ କରୁ କେତେବେଳେ ଆଖିରୁ ଲୁହ ଝରିଯାଏ,

ସେ ବି ଜାଣିପାରେନା

ମାଆର ଲୁହରୁ ଧର।ପଡିଯାଏ ତାର ଦୁଃଖ

ହେଲେ ବାପା ଲୁଚେଇ ଦେଇପ।ରେ ତାର କଠୋର ହୃଦୟ ଭିତରେ ।।

ସାଗରର ମିଛ ଢେଉ ଭଳି ଗର୍ଜିପାରେ ବାପା,

ହେଲେ ହୃଦୟରେ ଥାଏ ସ୍ନେହ ଆଉ ଶ୍ରଦ୍ଧା, 

ନଥାଏ କିଛି ଆବିଳତା ।।

ବାପା ମହାନ୍ ଥିଲେ ,ମହାନ୍ ଅଛନ୍ତି ଓ ମହାନ୍ ରହିଥିଵେ

ଯୁଗ ଆଉ ଯୁଗ ସବୁଦିନ ।


Rate this content
Log in

Similar oriya poem from Inspirational