Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

3  

Rama chandra Pradhan

Abstract

ମୋ ଅନୁଭୂତି

ମୋ ଅନୁଭୂତି

1 min
181


ଅନୁଭୂତିରୁ ମୁଁ ଯେତିକି ଜାଣିଛି

ପୁରା ଅଜବ ଏ ଦୁନିଆ

ନାହାଁନ୍ତି କେ ଏଠି ଆପଣାର ଲୋକ

ମିଛ ସ୍ଵାର୍ଥେ ସବୁ ଗୋଳିଆ l

କାୟା ବିସ୍ତାରିଛି ସ୍ୱାର୍ଥର ଅଳନ୍ଧୁ

ମାନବିକତାକୁ ଆଡ଼େଇ

ମିଛ ପାଖେ ସତ ବନ୍ଧା ପଡ଼ିଅଛି

ସମ୍ପର୍କର ଆଳ ଦେଖାଇ l

ବଦଳି ଯାଇଛି ମଣିଷ ସ୍ଵଭାବ

ବେଶଭୁଷା ଚାଲି ଚଳନ 

ଚିହ୍ନା ଚେହେରା ବି ଅଚିହ୍ନା ଲାଗୁଛି

ତୁଚ୍ଛ ଲାଗେ ସବୁ ବନ୍ଧନ l

କ୍ଷଣ ଭଙ୍ଗୁର ଏ ମଣିଷ ଜୀବନ

ଛାତିରେ ତା' ଅନେକ ବ୍ୟଥା

ସତ ମୁଁ କହୁଛି ମୋ ଅନୁଭୂତିରୁ

ଏଇତ ଏ ସଂସାର କଥା l

ମାନ ଅଭିମାନ ହିଂସା ଦ୍ୱେଷଭାବ

ହୃଦୟରୁ ଦିଅ ଦୂରେଇ

ଭାଇଚାରା ଡୋରେ ସମସ୍ତଙ୍କୁ ବାନ୍ଧି

ପରକୁ ନିଅ ଆପଣେଇ l

ତିକ୍ତ ଅନୁଭୂତି ମନୁ ଭୁଲିଯାଇ

କଲ୍ୟାଣ କାର୍ଯ୍ଯେ ଦିଅ ଧ୍ୟାନ 

ମିଠା ଅନୁଭୂତି ଜୀବନେ ସାଉଁଟି

ସାର୍ଥକ କର ତନୁମନ l



Rate this content
Log in

Similar oriya poem from Abstract