ମୋ ଅନୁଭବ ମୋ ପ୍ରେମ
ମୋ ଅନୁଭବ ମୋ ପ୍ରେମ
ଚିହ୍ନା ଚିହ୍ନା ଲାଗୁଛି ସେ ହସ ହସ ମୁଁହ ଟି
ନିଜର ନିଜର ଲାଗୁଛି
ତାର ମିଠା ମିଠା କଥା ସ୍ୱର ଟି
କହି ସିନା ପାରୁନି କାରଣ
ସାହସ ମୁଁ ଯୋଡି ପାରୁନି
କିନ୍ତୁ ଅନୁଭବ କରି ତୁମକୁ ଜହ୍ନରେ ଦେଖୁଛି
ଆଉ ରାତି ରାତି ବସି
ଏକା ଏକା ତୁମ ସହ ଗପୁଛି......!!
ଏମିତିରେ କେତେବେଳେ ରାତି ଯାଏ ପାହି
ସମୟ ମୁଁ ଜାଣି ପାରୁନି
କେମିତି ଏ ପ୍ରେମ ମୋ ପ୍ରେମ କାହାଣୀ
ମୁଁ ନିଜେ ଭାବୁକ କୁ ନିଜେ ହିଁ ଲେଖକ
ଜାଣିବାକୁ ଚେଷ୍ଟା କଲେ ବି
ହେଲେ
ମୁଁ ମୋ ନିଜକୁ ଭାରି ପ୍ରଶ୍ନ ପଚାରିଛି
ତୁମକୁ ମୁଁ ବୋଧେ ଭଲପାଉଛି........!!
କଣ ସତରେ ସେ କଣ ମୋତେ ଭଲ ପାଉଛି
ନା ମୁଁ କେବଳ ମୋ ମନକୁ ଏମିତି ବୁଝାଉଛି
କାହିଁକି କେଜାଣି ମୋ ଭାବନା ଟା
ବାରମ୍ବାର ତୁମକୁ ଖୋଜୁଛି
କିଛି ଭାବୁଛି ପୁଣି କିଛି ଲେଖୁଛି
ବାସ ତୁମକୁ ମୁଁ ବହୁତ ଭଲ ପାଉଛି.....!!
ନା ବସିବା ହେଉଛି ମୋ ପକ୍ଷେ ଏବେ
ନା ଖାଇବା ନା ଭୋକ ଅଛି ନା ଶୋଷ
ପ୍ରତି ମୁହୂର୍ତ୍ତରେ ତୁମକୁ ଖୋଜୁଛି
ପୁଣି ଗୋଟେ କଳ୍ପନା ରାଇଜରେ
ବାସ ତୁମ ସାଥିରେ ବସି
ଅନାବନା କେତେ କଣ ଭାରି ଗପୁଛି......!!
କେତେବେଳେ କେମିତି ମୁଁ ନିଜେ ବି ଜାଣିନି
ମୋ ମନ ତୁମକୁ ଦେଇସାରିଛି
ପ୍ରିୟା ତୁମକୁ ହିଁ ଅନୁଭବ କରୁଛି
ଆଉ ମୁଁ କେବଳ ତୁମକୁ ହିଁ
ମୁଁ ବହୁତ ବହୁତ ଭଲ ପାଉଛି ......!!