Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

4.5  

Ranjan Kumar Brahma

Inspirational

ମୋ ଆଈ

ମୋ ଆଈ

1 min
301


ଆଈ ପରି ମୋର କିଏ ସେ ହେବ 

ମୋ ଯିବା ବାଟକୁ ଅନାଇଥିବ 

ଆରିସା କାକରା ଆଚାର ବଡି 

ଥରକୁଥର ସେ ଖୁଆଉଥିବ 

ଆଈ ପରି ମୋର କିଏ ସେ ହେବ ।।


ଆଈ ପରି ମୋର କିଏ ସେ ହେବ 

ମୋ ଅଳି ଅଝଟ ସେ ସହୁଥିବ

ସୁନ୍ଦର ସୁନ୍ଦର କାହାଣୀ କହି 

ସଦା ଗେଲ ମୋତେ ସେ କରୁଥିବ 

ଆଈ ପରି ମୋର କିଏ ସେ ହେବ ।।


ଆଈ ପରି ମୋର କିଏ ସେ ହେବ 

ମୋ ଗୀତ ଶୁଣି ସେ ଖୁସି ହୋଇବ 

ସଦା ମୋ ଉପରେ ଆଶିଷ ଢାଳି 

ମୋର ଉନ୍ନତିକୁ ମନାସୁଥିବ 

ଆଈ ପରି ମୋର କିଏ ସେ ହେବ ।।


ଆଈ ପରି ମୋର କିଏ ସେ ହେବ 

ମୋର କଥାକୁ ସେ ମାନୁଥିବ 

ଫେରିଲାବେଳେ କାନ୍ଦକାନ୍ଦହୋଇ

ଦାଣ୍ଡ ଦୁଆରରୁ ବିଦାୟ ଦେବ 

ଆଈ ପରି ମୋର କିଏ ସେ ହେବ ।।



Rate this content
Log in