Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Others

3  

Chittaranjan Nanda

Abstract Others

ମନ୍ତ୍ର ହେଉ ଧର୍ମର ଜୟ

ମନ୍ତ୍ର ହେଉ ଧର୍ମର ଜୟ

1 min
338



ବିଶ୍ବରେ ମୋ ଭାରତବର୍ଷ ବାଣ୍ଟିଛି 

କେତେ ଶାନ୍ତି ବାର୍ତ୍ତା 

ଯୁଗେ ଯୁଗେ ତାହାର ଅଛି ସତ୍ୟ 

ଧର୍ମ ପ୍ରତିଷ୍ଠାର ଗାଥା ।


ଭିନ୍ନ ଭିନ୍ନ ରୂପରେ ଆସନ୍ତି ଦୁଷ୍ଟଂକୁ 

ସଂହାରିବାକୁ ଏହି ସଂସାରରେ

ସେହି ମଧ୍ୟରୁ ଏକ ରୂପ ଧରି ଆସନ୍ତି 

ଦୂର୍ଗା ମା ଏହି ପୃଥିବୀ ପୃଷ୍ଠରେ ।


କର୍ମକୁ ନିଜର ଧର୍ମ ମନେ କରି, ମଣିଷ

କାର୍ତ୍ତବ୍ୟ କରି ପାରିଲେ

ଆସେ ତ ଜୀବନେ ଶାନ୍ତି, ପରିଶ୍ରମରେ 

ସବୁ ସମୟ ବିତାଇଲେ ।


ପରଶ୍ରୀକାତରତା ହିଂସା ଈର୍ଷା ଦ୍ବେଷ କୁ 

ଦୂରେଇ ଦେଲେ

ପ୍ରକୃତ ବିଜୟ ହୁଏ ସେବା ସ୍ନେହ ପ୍ରେମ 

ସବୁକୁ ଆଦରିଲେ ।


ମା ଦୁର୍ଗା ଆସେ ଧରାକୁ ଭରିବାକୁ ସାହାସ 

ହୋଇ ଦୁଷ୍ଟ ସଂହାରିଣୀ 

ଚଳ ଚଂଚଳ ହୁଏ ସାରା ଦେଶର ମାଆ 

ଜାୟା କନ୍ୟା ଭଗିନୀ ।


ଏହି ଦିନ ରାବଣକୁ କଲେ ପରାହତ ପ୍ରଭୁ  

ରାମଚନ୍ଦ୍ର ନିଜ ହସ୍ତେ 

ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପା ଅଶ୍ୱତ୍ଥମା ହେଲେ

ନିହତ ନିଜ ଅନ୍ୟାୟରୁ ମହାଭାରତେ ।


ଆଜିର ସମାଜ ଭିତରେ ରାବଣ ପରି ରହି 

ଅଛନ୍ତି ବହୁତ ଦୁଷ୍ଟ

ସଂହାର କରିବାକୁ ଦୁଷ୍ଟଂକୁ ସାହାସ ଦିଅ ମା 

ସେ ସବୁକୁ କରିଦେବେ ନଷ୍ଟ ।


ଧର୍ମ ଆଜି କାନ୍ଦୁଛି, ପାପ ହସି ହସି ଵୁଲୁଛି, 

ମନ୍ତ୍ର ହେଉ ଧର୍ମର ଜୟ

ସାହାସ ଆସୁ ଏହି ଦିନରେ ସାରା ଜନତାର ,

ପାପକୁ କରିବେ କ୍ଷୟ  ।



Rate this content
Log in

Similar oriya poem from Abstract