ମନର କଥା
ମନର କଥା
ମନ କଥା ଖାଲି ମନରେ ମାରିଲେ
ମନ ଭରି ଭରି ଆସେ
ମନ କଥା ତୁମେ ଥରେ କହିଦେଲେ
ମନ ପୂରିଯାଏ ହସେ (୧)
ଜାଣେନା କାହିଁକି ମନ ତୁମେ ଖୋଜେ
କହିବାକୁ ମନ କଥା
ତୁମେ କହିଦେଲେ ମୋ ମନ ର କଥା
କମିଯାଏ ମନ ବ୍ୟଥା (୨)
ମୋ ମନର କଥା ତୁମେ ବୁଝି ପାର
ହେଲେବି ମନେଇ ଝିଅ
ଟିକିଏ ହସିକି ଅଳପ କଥାରେ
ମତେତ ମନେଇ ନିଅ (୩ )
ହସ କାନ୍ଦ ଭରା ଜୀବନ ବାଟରେ
ଭାବେ ତୁମେ ଆପଣାର
ସାଙ୍ଗ ହୀନ ଏଇ ଦୁଃଖର ଦିନରେ
ସାଥି ମୋ ଅତି ନିଜର (୪)