STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମନେପଡ଼ନ୍ତି ସେମାନେ

ମନେପଡ଼ନ୍ତି ସେମାନେ

1 min
207



ରାଣୀ ଲଷ୍ମୀବାଇଙ୍କ ଛାଇ 

ଏଇଠି କୋଉଠି ରହିଛନ୍ତି 

ବୋଧହୁଏ ଆଉ କିଏ ଜୀଜାବାଇ 

ଅହଲ୍ୟାଙ୍କ କଥା ମାଆ ଲଷ୍ମୀ ସୀତା 

ଇନ୍ଦିରା ନନ୍ଦିନୀ କଳ୍ପନା କସ୍ତୁରବା 

ଆସନ୍ତେ କି ଥରେ ଚେଇଁ 

ଶିଖେଇ ଯାଆନ୍ତେ ଆଦର୍ଶ ସଂସ୍କୃତି 

ନାରୀକୁ କୋଉଠି ନେଇ ଥୋଇ 

ଅନସୂୟା ସତୀ ମାତା ପାର୍ବତୀ 

ନପାହୁ ରାତି ଏକରାତି ହେଉ ସପତ ରାତି 

କଥା ରଖି ଆଣି ଥୋଇ ଦେଇ 

କୌଶାଲ୍ୟା କୈକେଇ ସୁମିତା ପରି ମାଆ 

ଖୁସି ରାମ ପରି ପୁତ୍ର ପାଇ 

ମନ୍ଦୋଦରୀ ଦ୍ରୌପଦୀ କୁନ୍ତି ଗାନ୍ଧାରୀ 

ନାରୀ ମଧ୍ୟେ ଉଜ୍ଜଳ ତାରକା 

ଦେବକୀ ଯଶୋଦା କୃଷ୍ଣଙ୍କ ଦୁଇମାତା 

ସତୀ ସାବିତ୍ରୀ ମାତା ପାର୍ବତୀ 

ଜାୟା ଜନନୀ ହୋଇ 

ଆଦର୍ଶ ଶିରୋମଣି କଞ୍ଚନଭରଣୀ 

ମାଣିକ ଗଉଡ଼ୁଣୀ 

ଅତୀତ ଇତିହାସ ପୁରାଣ ରାମାୟାଣ 

ନାରୀ ଅଗଣାର ଫୁଲ 

ବାସ ବିତରି ବତୁରି ଅନ୍ୟର ଆଦର୍ଶ ତୁଲ୍ୟ 

ନିଜେ ଜଳି ଅନ୍ୟକୁ ଦେଖାଏ ଆଲୋକ ମୂଲ୍ୟ 

ନାରୀ ନାରାୟିଣୀ ସାଜେ ମାଆ ଦୁର୍ଗା 

ଅଗତିର ଗତି ମୁକ୍ତି ହୋଇ ସାହା 

କେହି କହୁବା ନକହୁ ଆହା 

ନାରୀ ନିଜେ ନିଜ ଆହା ରାହା ସାହା

ଅନ୍ୟକୁ ଦେଖାଇ ବିସ୍ତାରୀ କାୟା 

ନାରୀ କନ୍ୟା ଜନନୀ ଭଗିନୀ ଜାୟା


Rate this content
Log in

Similar oriya poem from Action