Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Panda

Fantasy

5.0  

Bijaya Panda

Fantasy

ମନେପଡ଼ ତୁମେ ବନ୍ଧୁ

ମନେପଡ଼ ତୁମେ ବନ୍ଧୁ

1 min
250


ହେ ସାଙ୍ଗ ..ମନେ ଅଛି ତ .!!

ସେଇ ପିଲାଦିନ ଧୂଳି ଖେଳ

କେତେ ସାଙ୍ଗ ସାଥୀ ମେଳ ।


ଖପରା ଉପରେ ଖପରା ଥାକ ଦେଇ..

ପ୍ଲାଷ୍ଟିକ ଜରି ଆଉ କାଗଜ ବନ୍ଧା ବଲର ଖେଳ ..!!


ବର୍ଷା ଦିନେ ଗାଁ ଦାଣ୍ଡରେ କାଗଜ ଡ଼ଙ୍ଗା ଭସେଇ,

କାହା ଡ଼ଙ୍ଗା କେତେ ଅଧିକ ଦୂର ପହଞ୍ଚିବାର ପ୍ରତିଯୋଗିତା ..!!


ନଈବଢ଼ିରେ ହାତ ଧରା ଧରି ହେଇ ପହଁରି ପହଁରି

ଏକୂଳରୁ ସେକୁଳ ପାରି ହେବାର ପ୍ରତିଯୋଗିତା ..!!


ମନେ ଅଛି ..!!

ସ୍କୁଲ ଯିବାବେଳେ, ଗାଈ ଗୋଠ ଡେଇଁ

ସବୁଠୁଁ ଆଗରେ ପହଞ୍ଚିବାର ଖୁସି ..!!


ଖେଳ ପିରିୟଡ଼ ଘଣ୍ଟା ନବାଜୁଣୁ ଦଉଡ଼ା ଦଉଡ଼ି ହେଇ

ପ୍ରଥମେ କ୍ରିକେଟ ବ୍ୟାଟ ଧରି ପକେଇ

ଯେମିତି ପୁରା ମ୍ୟାଚ ଜିତିବାର ଅଭିନୟ.!!


କ୍ଲାସ ରେ ମିଛି ମିଛିକା କାହାକୁ

କଉ ଝିଅ ନାଁ ସହ ଯୋଡ଼ି ଚିଡ଼େଇବା ..!!


ମନେ ଅଛି ..!!

ସ୍କୁଲ ଛୁଟି ପରେ ..

ଆମ୍ବ ତୋଟାରୁ

ଆମ୍ବ ଚୋରେଇ ଖାଇବା ,

ଅଂଳା ଗଛ ରୁ ଅଁଳା ତୋଳି ଖାଇବା,

ଜାମୁ କୋଳି ଖାଇ

କାହା ଜିଭ କେତେ ରଙ୍ଗ ର ଦେଖେଇବାର.. !!


ସାଙ୍ଗ ପୁଣି ଥରେ ଆସନ୍ତୁନି,

ମନେ ପକାଇ ସେଇ ପିଲାଦିନର ଵନ୍ଧୁତାକୁ

ଆମେ ଫେରି ଯା'ନ୍ତେ ସେଇ ଦୁନିଆଁ କୁ

ନିମଗ୍ନ ହୁଅନ୍ତେ, ଜିଇଁ ଯାନ୍ତେ

ପୁଣି ଥରେ ସେଇ ସ୍ମୃତିକୁ

ବୁଲି ଆସନ୍ତେ ସେଇ ବିଲ ବାଡ଼ି ନଈ ପଠାକୁ ..!!


କେଉଁଠି ଥିଲା ହଠାତ ଅଦିନିଆ ବର୍ଷା

ଧିନ ତାକ ଧିନ ତାକ ପରି ନାଚିଗଲା

ଛାତ ଉପରେ ବସି ପିଲାମାନଙ୍କୁ

ଖେଳରେ ମାତିଥିବାର ଦେଖି,

ଭାବ ବିହ୍ଵଳିତ ରବି

ଭାବନାରୁ ଫେରି ଘର ଭିତରକୁ ଫେରିଗଲା ..।।


Rate this content
Log in

Similar oriya poem from Fantasy