STORYMIRROR

Niranjan Mishra

Inspirational

3  

Niranjan Mishra

Inspirational

ମନେ ରହିବେ କଲାମ୍

ମନେ ରହିବେ କଲାମ୍

1 min
209



ଏ ଦେଶ ମାଟିର ମିଶାଇଲ୍ ମ୍ୟାନ

କଲାମ୍ ଦିନେ ତ ଥିଲେ ।

ଯୁଗ ଯୁଗ ପାଇଁ ସୁବର୍ଣ୍ଣ ଅକ୍ଷରେ

ନାଁ ତାଙ୍କ ରଖିଗଲେ ।

ଡି.ଆର୍.ଡି.ଓ ଇସ୍ରୋ ଅନ୍ତରୀକ୍ଷ

ଇଞ୍ଜିନିୟର ରହିଲେ ।

ରକେଟ୍ ପ୍ରୋଜେକ୍ଟେ ସ୍ବାଧୀନ ଭାବରେ

କାମ ତାଙ୍କ ଆରମ୍ଭିଲେ ।

ଏସ୍ ଏଲ୍ ଭି-୩ ପି ଏସ୍ ଏଲ୍ ଭି

ସଫଳ କୀର୍ତ୍ତି ତାଙ୍କର ।

ଅନ୍ତରଙ୍ଗ କାର୍ଯ୍ୟକ୍ରମ କ୍ଷେପଣାସ୍ତ୍ର

ବିକାଶ ପ୍ରୟାସ ଆର ।

ବାଲିଷ୍ଟିକ୍ ମିଶାଇଲ୍ ଆଉ ଲଞ୍ଚ

ଭେହିକଲ୍ ର ବିକାଶ ।

ମିଶାଇଲ୍ ମ୍ୟାନ୍ ବୋଲାଏ ତାହାଙ୍କୁ

ସୁଖ୍ୟାତି ଦେଲା ଅଶେଷ ।

ପୋଖରାନ୍-୨ ପରମାଣୁ ବୋମା

ଦ୍ଵିତୀୟ ଏ ଭାରତର।

ପରୀକ୍ଷଣ ପାଇଁ ପ୍ରମୁଖ ଭୂମିକା

ନିଭାଇଲେ ବାଗ୍ମୀବର ।

ହୃଦ୍ ରୋଗ ପାଇଁ କରୋନାରୀ ଷ୍ଟେଣ୍ଟ୍

ଅତି କମ ମୂଲ୍ଯର।

ସୋମା ରାଜୁ ସଙ୍ଗେ ମିଶି କଲେ

କଲାମ-ରାଜୁ-ଷ୍ଟେଣ୍ଟ୍ ନାମ ଯାର।

ପଦ୍ମ ଭୂଷଣ ପଦ୍ମ ବିଭୂଷଣ

ଭାରତ ରତ୍ନ ଏ ସମ୍ମାନ ।

ଲୋକଙ୍କର ପ୍ରିୟ ରାଷ୍ଟ୍ରପତି ଥିଲେ

ସଭିଙ୍କ ପ୍ରିୟ ଭାଜନ ।

ଏକାଦଶ ରାଷ୍ଟ୍ରପତି ଭାରତର

ବହୁ ବିଶ୍ବବିଦ୍ୟାଳୟେ ।

ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ

ସରଳ ଜୀବନାଳୟେ ।

ସମଗ୍ର ଜୀବନ ସମର୍ପଣ ତାଙ୍କ

ଦେଶ ମାତୃକା ସେବାରେ ।

ମନେ ରହିବେ କଲାମ୍ ସଦା ଆମ

ଦେଶବାସୀଙ୍କ ମନରେ ।



Rate this content
Log in

Similar oriya poem from Inspirational