STORYMIRROR

Binodini Dash

Inspirational

3  

Binodini Dash

Inspirational

ମନ ମାହାତ୍ମ୍ୟ-୧

ମନ ମାହାତ୍ମ୍ୟ-୧

1 min
204


ମନ ଯଦି ବୃନ୍ଦାବନ ହୋଇଯାଏ

ପ୍ରଭୁ ନିତ୍ୟ ସେଠି କରନ୍ତି ବାସ

ଲିଭିଯାଏ ଯେତେ କଳୁଷ କାଳିମା

ଦୁଃଖ କି କ୍ଳେଶର ନଥାଏ ଲେଶ ।


ଶୁଭଇ ସର୍ବଦା ବଂଶୀର ମୂର୍ଚ୍ଛନା

ରୋମାଞ୍ଚିତ ହୁଏ ହୃଦୟ ମନ

ଅଙ୍ଗେ ଅଙ୍ଗେ ଖେଳିଯାଇ ଶିହରଣ 

ଆନନ୍ଦ ତୃପ୍ତିରେ ଭରେ ପରାଣ ।


ତୁଣ୍ଡ ଗାଇ ଉଠେ ଶ୍ରୀରାଧା ଶ୍ରୀକୃଷ୍ଣ

ଭାବ ଭକତିରେ ମନଟି ମଜ୍ଜି

ମନ୍ତ୍ରମୁଗ୍ଧ ପ୍ରାଣ ହୁଏ ବିଭୋରିତ 

କାମନା ବାସନାକୁ ପରିତ୍ୟେଜି ।


ସଂସାର ସ୍ରୋତରେ ମନଟିକୁ ଧରି

ସବୁବେଳେ ଯଦି ପହଁରୁଥିବ

ଅନୁକୂଳେ ପ୍ରତିକୂଳେ ନୌକା ଯାଇ

ଜୀବନ ସାରା ଟଳମଳ ହେବ ।


ସବୁ ସୁଖ ଶାନ୍ତି ହୋଇ ନିର୍ବାପିତ 

ରୋଗ ଦୁ଼ଖ ଶୋକ ମାଡ଼ି ବସିବ

ଏଥିରୁ ମୁକତି ପାଇବା ପାଇଁକି

ମନଟି କିଆଁ ଜାଗ୍ରତ ନ ହେବ ।



Rate this content
Log in

Similar oriya poem from Inspirational