Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3  

Gopinath Jena

Romance

ମନ ଝୁରେ

ମନ ଝୁରେ

1 min
129


ମନ ମୟୁରୀ ମୋ କନକ ସୁନ୍ଦରୀ

    ରୂପବତୀ ରାଜ ଜେମା

ମରାଳ ଗମନୀ ଦରଶନ ଠାରୁ

   ମନରୁ ଯାଉନ ଜମା ।


ଅଳସୀ କନ୍ୟା ଅଦିନ ବନ୍ୟା ଗୋ

   ସପନ ଡଙ୍ଗାରେ ଭାସୁ

ରାଜହଂସୀ ପରି ଯେବେ ଚାଲି ଆସୁ

    ଚମ୍ପାଫୁଲ ପରି ବାସୁ ।


ମୁଖ ତୋ ଚନ୍ଦ୍ରମା ଓଠଟି ରକ୍ତିମା

    ସଜ ଗୋଲାପର କଢି

ମଧୁଝରା ହସ ବଙ୍କିମ ଚାହାଣି

    ବିଧାତା ଦେଇଛି ଗଢ଼ି ।


ସ୍ଵର୍ଣ୍ଣ କୁମ୍ଭେ କଳା ନାଗୁଣୀ ପରାୟେ

  ବକ୍ଷୋଜେ ବେଣୀଟି ଦୋଳେ

ମୋହନ ମନ୍ତ୍ର କି ଲେଖିଛି ବିଧାତା

   ତୋର ଚୂର୍ଣ୍ଣ କେଶ ଛଳେ ।


ହେମାଙ୍ଗ ହଳଦୀ ବସନ୍ତ ଗୋରୀ ଲୋ

    ବୀଣା ଜିଣା ବାଣୀ ତୋର

ଆଖିରେ କଜ୍ଜ୍ବଳ ଦିଶଇ ସଜ୍ଜଳ

   ଝୁରିହୁଏ ମନ ମୋର ।

  


Rate this content
Log in

Similar oriya poem from Romance