Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Others

3  

Dr Rashmita Panigrahi

Others

ମନ ଭ୍ରମର

ମନ ଭ୍ରମର

1 min
11.4K


ମନ ଭ୍ରମର 

ରେ ମନ ଭ୍ରମର 

ବୁଝି ଯା ବାବୁ ଏ ଥର, 

ବେଳ ଥାଉ ଥାଉ ବାଟ 

ବାଛି ନେ ଖର ଖର 

ରେ ମନ.... l

ଫୁଲରୁ ଫୁଲକୁ ତୁହି 

ଦିନୁ ଦିନ ଭ୍ରମୁଛଇ 

ତଥାପି କିମ୍ପାଇ ଶାନ୍ତି 

ତୋତେ ନ ମିଳଇ, 

ରେ ମନ.... l

ମିଛ ମାୟା                   

ଏ ସଂସାର,

କିମ୍ପାଇ ମୋହ 

ତୋହର, 

ଫୁଲର ସ୍ରଷ୍ଟାଙ୍କ ମୋହେ

ପଡ ତୁ ଏଥର 

ରେ ମନ..... l

କେହି ନୁହନ୍ତି କାହାର 

ସାହା ପରା ସେ ତୋହର 

ତାଙ୍କ ପୟରେ ମିଳଇ 

ଶାନ୍ତି ସଂସାର ଯାକର 

ରେ ମନ...... l 

    



Rate this content
Log in