Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Others

4.5  

ଅଜୟ କୁମାର Ajaya Kumar ବେହେରା Behera

Others

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
369



ହେବ ଶୀତ ଅନ୍ତ ବଢିବ ଉତ୍ତାପ

   ମକର ସଂକ୍ରାନ୍ତି ପରେ ।

ବକ୍ର ଗତି ହେବ ସୂର୍ଯ୍ୟ ଦେବତାଙ୍କ

   ଉତ୍ତରାୟଣ ପଥରେ ।।

ଦିନ ଦୀର୍ଘ ହେବ ଗ୍ରୀଷ୍ମ ବିରାଜୀବ

   ରାତ୍ରୀ ଯିବ କ୍ଷୁଦ୍ର ହୋଇ ।

ସୂର୍ଯ୍ୟ ରଶ୍ମି କ୍ରମେ ପ୍ରଖର ହୋଇବ

   ଗ୍ରୀଷ୍ମ ଋତୁ ନାମ ବହି ।।

ହିନ୍ଦୁ ଶାସ୍ତ୍ର ମତେ ଆମରି ଭାରତେ

   ସଂକ୍ରାନ୍ତି ମାସ ଆରମ୍ଭ ।

ବାର ମାସେ ବାର ସଂକ୍ରାନ୍ତି ମଧ୍ୟରେ

   ଶ୍ରେଷ୍ଠ ମକର ପରବ ।।

ଅମଳ ଋତୁର ସମାପନ ପରେ

   ପ୍ରଥମ ପରବ ଏହି ।

ଆନନ୍ଦ ମନରେ ଉତ୍ସବ ପାଳନ୍ତି

  ସମସ୍ତେ ଏକାଠି ହୋଇ ।।

ବିଭିନ୍ନତା ମଧ୍ୟେ ଏକତା ପ୍ରତୀକ

    ମକର ପର୍ବ ମହାନ ।

ଅଞ୍ଚଳ ଭିତିରେ ଆପଣା ରୀତିରେ

   ନୀତିରେ ହୁଏ ପାଳନ ।।

ଲୌକିକ ମତରେ ଗଙ୍ଗା ଯମୁନାରେ

   ସଂକ୍ରାନ୍ତିରେ ବୁଡ଼ ଦେଇ ।

କୃତ କର୍ମ ଯୋଗୁ ଅତୀତ ପାପକୁ

   ପବିତ୍ର ଜଳରେ ଧୋଇ ।।

ସକଳ ଶକ୍ତିର ଆଧାର ସୁରୁଜ

   ଦେବତାଙ୍କୁ ସର୍ବେ ପୁଜି ।

ମକର ଚାଉଳ ମିଠେଇ ଖାଆନ୍ତି

   ପରସ୍ପର ପ୍ରେମେ ମଜ୍ଜି ।।

ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁ ପୂଜା ପୁଣି

   କରିଥାନ୍ତି କେହି କେହି ।

ଆଶୀର୍ବାଦ ଭିକ୍ଷା କାମନା କରନ୍ତି

   ଶାନ୍ତି ସୁଖ ପ୍ରାପ୍ତି ପାଇଁ ।।

ମକର ପରବ ମେଳା ମଉତ୍ସବ

   ଲାଗି ରହେ କିଛି ଦିନ ।

କ୍ରେତା ବିକ୍ରେତାଙ୍କ ଗହଳି ଚହଳ

   ଯାତ୍ରା ବଡ଼ ମନୋରମ ।।

ବିଭିନ୍ନତା ମଧ୍ୟେ ଏକତାର ଦେଶ

   ଆମରି ଭାରତବର୍ଷ ।

ଆମ ପରମ୍ପରା ସଂସ୍କୃତି ନିଆରା

  ସମଗ୍ର ବିଶ୍ୱରେ ଶ୍ରେଷ୍ଠ ।।


Rate this content
Log in