ମକର ପରବ
ମକର ପରବ


ମକର ଚାଉଳ ପାଇଁ
ଛେନା ନଡ଼ିଆ କଦଳୀ ଖଇ
ଗୁଜୁରାତି ଅଳେଇଚ କର୍ପୁର ଥୋଇ
ଅରୁଆ ଚାଉଳ ବାଟି ଏସବୁ ମିଶାଇ
ଚିନି ଗୋଲମରିଚ ଗୁଣ୍ଡ କମଳା ଦେଇ
ସେ ପୁର ମିଶ୍ରଣ ମକର ଚାଉଳ ବୋଲାଇ
ଶିବ ଓ ଶିବା ଙ୍କ ପାଖେ ଓ ହରି ହରେ ଭୋଗ ହୋଇ
ସାକ୍ଷୀଗୋପୀନାଥ ସବୁ ଦିନ ଗହମ ଖାଇ
ଗହମ ପ୍ରସ୍ତୁତ କେଳି ଡାଲିମ୍ବ ବଲ୍ଲଭ
ସରପୁଳି କାକେରା ଗୋପାଳବଲ୍ଲବ
ଖାଇଥାଇ ଭୋଗ ହୋଇ ଭକ୍ତ ପାଇ
ଗୋଟିଏ ଦିନ ଏ ମକର ସଂକ୍ରାନ୍ତି
ଚାଉଳ ପ୍ରସ୍ତୁତ ମକର ଚାଉଳ କହି
ଭୋଗ ଲାଗି ହୋଇ ସାକ୍ଷୀଗୋପୀନାଥ ପାଇ
ଏମିତି ଅନେକ ଵିଧି ଓ ବିଧାନ ଠାକୁ ଠାଇ
ଜଗନ୍ନାଥ ସେଦିନ ମକର ଚାଉଳ ଖାଇ
ଓଢଣ ଖୋଲି ଥୋଇ ଦେଇ
ରାତି ହେବ ଛୋଟ ଦିନ ହେବ ବଡ଼
ବିଜ୍ଞାନ ସମ୍ମତ ଅଟଇ ଯାହା କହିଛନ୍ତି ସାଇଁ
କାଲିଜାଇ ପୀଠ,ଅଟ୍ରି ପିଠେ ମକର ମେଳା ଜମଇ
ମକର ପାଇଁ ଗଙ୍ଗାସ୍ନାନ କଲିକତା ଯାଇ
ଚାଲ ଚାଲ ଭଉଣୀ ଭାଇ
ମକର ଚାଉଳ ଖାଇ
ଗୁଡ଼ି ଉଡେଇ ଆକାଶେ ପୋଲଙ୍ଗ ପର୍ବ କହି