Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ମିଠା ମିଠା ପ୍ରେମ

ମିଠା ମିଠା ପ୍ରେମ

1 min
178



ମିଠା ମିଠା ତୁମ ମଧୁର ପରଶ

ମଧୁର ତୁମର ପ୍ରେମ

ଭାରି ମିଠା ଲାଗେ ଓଠରୁ ତୁମର

ଶୁଣିଦେଲେ ମୋର ନାମ I


ବିତିଲାଣି କେତେ ଖୁସିର ଦିବସ

ବିତିଲାଣି କେତେ ରାତି

ତୁମରି ପ୍ରେମର ବରଷାରେ ସଖୀ

ଭିଜୁଛି ମୁଁ ନିତି ନିତି I


ତୁମେ ପ୍ରଣୟର ମିଠା ମିଠା ସ୍ୱର

ପୂ୍ଣ୍ୟତୋୟା ନଦୀଧାର

ମୋପାପ ଆଖିର ମୁଲକ ଗୋ ତୁମେ

ମୋ ନୟନ ଅଶ୍ରୁନୀର I


ତୁମ ଅଭିମାନ ଇନ୍ଦ୍ରଧନୁ ସମ

ରଙ୍ଗିନ କରେ ମୋ ମନ

ହୃଦୟରେ ମୋର ବେପଥୁ ଜଗାଏ

ତୁମରି ଅଝଟ ପଣ I


ଢଳ ଢଳ ତୁମ ଆଖିରେ ଲୋ ସଖୀ

ସପନ କରିଛି ଘର

ତୁମ ଚାହାଣୀରେ ଘାଇଲା ହୁଏ ମୁଁ

ହଜେ ବୟସର ଭାର I


ସମୟଟା ଆଉ ଆଗକୁ ଚାଲୁନି

ସ୍ଥିର ହେଲାଣି ତା ଗତି

ତୁମପାଇଁ ସଖୀ ଅଫୁରନ୍ତ ଖୁସି

ସାଇତିଛି ମୋର ଛାତି I

     


Rate this content
Log in

Similar oriya poem from Romance