ମିଶ୍ରିତ ପୃଥିବୀ
ମିଶ୍ରିତ ପୃଥିବୀ
1 min
145
ଶରୀରର ଶରୀର ଭିତରୁ ଉଙ୍କି ମାରୁଥିଲା ମନ
ହୃଦୟର ଅଳିନ୍ଦ ସେପଟୁ ବିବେକର ଚହଲା ପବନ
ଆଉ ତାର ମତୁଆଲା ବାଆ ଭ୍ରମିତ କରୁଥିଲା ଯେମିତି
ପ୍ରେମର ପରିଭାଷାକୁ
ତତଲା ପାଣିର ବାମ୍ଫ ପରି
ଭିଜା କାକରର ସଜଳ କଣା
ଉର୍ମୀ ଉହାଡରେ ଲୁଚୁଥିବା ପବନ
ନିଶାଣ ସଭିଙ୍କ
ତତଲା ଲୁହ ପରି ମନ ବିବେକର
ମିଳନର ପର୍ବ
ଦେହ ଦେହୀ
ଭୋଗ ଭୋଗ୍ୟ
ଉଚ୍ଚାଟର ଉଦାହରଣ
ସମୀପ ମୋତି ବିନ୍ଦୁର ସମାହାରରେ ସୃଷ୍ଟି
ଏ ଶରୀର
ମନ ଉପରେ ବିବେକର ଆସ୍ଫାଳନ
ଜାଣନ୍ତି ସମସ୍ତେ
ଶରୀର ମୋର
ଆତ୍ମା ଅନ୍ୟର
ମିଳନର ଶେଷ ପର୍ବ
ଏମିତି ଏକ ମିଶ୍ରିତ ପୃଥିବୀ
ଯେଉଁଠି ମୋ ଆଉ ତୁମ ଭିତରେ
ସେ......
ନିଜର ପରିଚୟ ସ୍ପଷ୍ଟକରେ
ସ୍ପଷ୍ଟକରେ ପୁଣି ତାର ଉପସ୍ଥିତି
ହଁ ତାର ଉପସ୍ଥିତି ।