Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ମିଶାଣ କିନ୍ତୁ ଆସୁନି

ମିଶାଣ କିନ୍ତୁ ଆସୁନି

1 min
338


ଜୀବନ କଣ!

କେବଳ ପଢ଼ିସାରି

ଚାକିରୀ ବା

କିଛି ରୋଜଗାର ପନ୍ଥା ଆପଣାଅ

ତାପରେ

ବାହା ହୁଅ

ଲଭ କରି

ବା ଆରେଞ୍ଜ

ମୁନରୁ ହନି

ଝରୁ କି ନଝରୁ

ପିଲା ହେବା ଥୟ

କେହି ଗ୍ୟାପ ରଖି

ବା କାହାର ସାଙ୍ଗେ ସାଙ୍ଗେ

ବର୍ଷକ ଭିତରେ

ଆସିଯାଇଥାଏ ନୂତନ ଅତିଥି।


ବାପା କି ମା ହେବା

ସୁଖ କିଛି ନିଆରା

ଦାୟିତ୍ୱ ବଢିଯାଏ

ନିଦ ହଜିଯାଏ କେବେ

ପିଲା ରୋଗ ପାଇଁ

କେବେ ପଢା ପାଇଁ ତ

କେବେ ଭବିଷ୍ୟତ ପାଇଁ

ଖୁବ ଖଟିବାକୁ ପଡେ

ନିଜ ଅବସ୍ଥାନୁଯାୟୀ

ସଞ୍ଜୟ କରିବା ନିହାତି ଜରୁରୀ

ପରିବାର ସାଙ୍ଗକୁ

ନିଜ ଛୁଆ ପିଲାଙ୍କ ଚିନ୍ତା

ନିଜ ପେଟରୁ କାଟ 

ନିଜ ସଉକ ଛାଡ଼

ନଲେ ଅଭାବ ରାକ୍ଷସ

ଗିଳି ଦେବ…..।



ଛୋଟ ବେଳେ ଚିନ୍ତା

ବେଶୀ ରୋଗ ପାଇଁ

ବଡ଼ ହେଲେ ଚିନ୍ତା ସଙ୍ଗ ନେଇ

ନିଶା ପାଣି ଖାଉନି ତ..

ଝିଅ ପଛେ ଲାଇନ ମାରୁନିତ…

ଠିକ ଭଲ ମଣିଷଟିଏ ହେବତ ..

ଭଲ ଚାକିରୀଟିଏ ମିଳିବତ..

ପୁଣି

ଭଲ ଜୀବନ ସାଥିଟିଏ ବି

ଦରକାର ସନ୍ତାନ ପାଇଁ ଚିନ୍ତା।



ତେବେ ଜୀବନ କଣ

ଏଇଆ !

ଖାଲି ଅଣନିଃଶ୍ଵାସୀ ଦୌଡା

ଶେଷକୁ

ଯାହା ପାଇଁ ଦୌଡ଼ି ଦୌଡ଼ି

କେତେ ଝୁଂଟା

ଖଣ୍ଡିଆ ଖାବରା

ଝାଳ ନାଳ

ସେ ଏବେ ବଡ଼ ଅଫିସର

ତୁମେ ଅଛ ବୃଦ୍ଧାଶ୍ରମେ

ଫେଡୁଛ

ହରୁଛ

ମିଶାଣ କିନ୍ତୁ ଆସୁନି।



Rate this content
Log in

Similar oriya poem from Tragedy