Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Inspirational

4  

Biswanath Nayak

Inspirational

ମିଳନ

ମିଳନ

1 min
282


ତୁମର ମୋହର ଆଜି ଏ ମିଳନ

              ବିଫଳ ନହେଉ ମିତ। 

ଆସ ଦୁହେଁ ମିଶି ହରସେ ଗାଇବା

              ଏକତାର ଜୟ ଗୀତ। 


ଆଜିର ସମୟ ଅତୀତ ସାଜିବ

             କାଲି ହୋଇଯିବ ଆଜି। 

କିଏ ଅବା ଜାଣେ ଦୁହେଁ ତ ଦୁହିଁଙ୍କୁ

             ପାଇବାକି ନାହିଁ ଖୋଜି!


ଜାତି ଧର୍ମ ବର୍ଣ୍ଣ ଭେଦଭାବ ଛାଡ଼ି

            ହିଂସା ଦ୍ୱେଷ ତେଜି ଦୂରେ। 

ମାନବିକତାର ଆଲୋକ ଜାଳିବା

             ଆସ ଆମ ହୃଦୟରେ। 


ସକାଳ ସୂରୁଜ ପରି ହସି ହସି

             ଜଗାଇବା ଏ ଜଗତ। 

ସରବେ ତ ଆମେ ଅମୃତ ସନ୍ତାନ

             କିମ୍ପା ହିଂସା ରକ୍ତପାତ !


ଧର୍ମାନ୍ଧତା ରୂପୀ ଦାନବ ତ ଆଜି

              ପିଏ ମାନବତା ରକ୍ତ। 

ବିନାଶିବା ଆମେ ସେହି ଦାନବକୁ

            ଦୁହେଁ ହୋଇ କୋଳାଗ୍ରତ। 


ପାଦରେ ପାଦକୁ ମିଶାଇ ଚାଲିବା

             କରରେ ମିଶାଇ କର। 

ସଭିଙ୍କ ମନରୁ ଦୂରେଇବା ଭୟ

             ଅଜ୍ଞାନତା କୁସଂସ୍କାର। 


ଆସ ଆଜି ସବୁ ଭେଦଭାବ ଭୁଲି

              ସଭିଙ୍କୁ ବାଣ୍ଟିବା ହସ। 

ଆମ ଦୁହିଁଙ୍କର ଆଜି ଏ ମିଳନ

              ଲେଖୁ ନୂଆ ଇତିହାସ। 



Rate this content
Log in

Similar oriya poem from Inspirational