ମିଛ ସ୍ୱାଧୀନତା
ମିଛ ସ୍ୱାଧୀନତା


କବି ପଣିଆରେ ଲାଗୁ ପଛେ କଳା,
ସ୍ୱାଧୀନ ଦିବସେ ମୋ କଥା ସ୍ପଷ୍ଟ ,
ଭିନ୍ନ ମତି ନୁହଁ, ସଚ୍ଚା ଭାରତୀୟ ,
ପରାଧୀନ ଭାଷା ମୋ ପାଇଁ କଷ୍ଟ।
ପରାଧୀନ ତୁମ୍ଭେ କୁହେ ଯଦି କେହି
ସହିକି ପାରିବ କୁହ ତ ଏବେ,
ପୂର୍ବଜ ସହିଲେ ଏତେ ବର୍ଷ କେହ୍ନେ !
ବୁଦ୍ଧିହୀନ,ଭୀରୁ,ଜନ୍ମିତ ସେବେ ?
ଦୁଃଖେ ମୁଁ ମାନେନି ଥିଲା ପରାଧିନ,
ଦେବଭୂମି, ବୀରଭୂମି ଏ ମାଟି,
ଶୁଣେନି ସେ ଗାଥା କେତେ ବଳିଦାନ,
ରକ୍ତରେ ରଞ୍ଜିତ ସଂଗ୍ରାମୀ ପିଠି।
ବଳିଦାନ ତାଙ୍କ ବ୍ୟର୍ଥରେ ଯାଇନି,
ଆଜିର ଭାଷଣେ କୁହନ୍ତି ଯିଏ,
ଅନୁଭବେ ମୋର ତାଙ୍କ ଗୁଣ କୀର୍ତ୍ତି,
ସଭିଙ୍କୁ ଅଧିନେ ମଣନ୍ତି ସିଏ।
ପରାଧୀନ ଅବା &
nbsp; ସେ ଦୁଃଖ ସମୟ,
ଭାରତ ମାତାର ମୁଁ ଦେଖିନାହିଁ,
ଭାବେ ମନେ ବୋଧେ, ସେବେ ଏବେ ମଧ୍ୟେ
ବିଶେଷ କିଛି ବି ପାର୍ଥକ୍ୟ ନାହିଁ ।
ଆମରି ନାଆରେ ଆମେରେ ନାଉରୀ,
ଭାରତଗୀତି ଏ ସଭିଙ୍କ ତୁଣ୍ଡେ,
ପାଳିଆ ନାଉରୀ, ପାଳି ତା ସରେନି,
ନିଜ ନାଆ ମଣି ସଭିଙ୍କୁ ଭଣ୍ଡେ।
ବିଲାତି ଅଧିନେ ଥିଲେ ପରାଧୀନ,
କଲିମି ବିଲାତି ଅଧୀନେ ଏବେ,
ସ୍ୱାଧୀନତା ସ୍ଵାଦ ପାଉନି ବୋଲି ମୁଁ,
ସ୍ୱାଧୀନତା ପର୍ବ ପାଳେନି କେବେ,
"ସ୍ୱାଧୀନଭାରତ" ପଢିବାକୁ କଷ୍ଟ
ମୋ ମାତା ପୂର୍ବରୁ ସ୍ୱାଧୀନ କାଇଁ,
ସମସ୍ତଙ୍କ ପାଇଁ ଖୁସିର ଦିନ ଏ,
ବର୍ଷ କରେ ଆଜି ଦୁଃଖ ମୋ ପାଇଁ ।