ମହିଳା
ମହିଳା


ସାତଗଣ୍ଠି ପରେ ଚି଼ହ୍ନ ରଖି ଅଗଣାରେ
ସାତଫେରି ଦେଇ ମଥା ଓଢଣାରେ
ଆଉ କା ଅଗଣା ଆସି
ପତ୍ନୀ ଶ୍ରୀମନ୍ତିନୀ ଅର୍ଦ୍ଧାଙ୍ଗିନୀ ସାଜି
କର୍ତ୍ତବ୍ୟ ଦାଇତ୍ୱ ଆରବ୍ଧରେ ଭିଜି
ଦେଉଥାଏ ନାରୀ ହସି
ହସି ଉପରକୁ ଖୁସି ରଖି ପରିବାରକୁ
ଛତା ହୋଇ ଛାତ ନିଜ ସଂସାରକୁ
ସତେକି ପରୀଟେ ଖସି
ଆଦର୍ଶ ସଂଠଣା ତାକୁ ଥିବ ନିଶ୍ଚେ ଜଣା
ସଂସ୍କୃତି ପରମ୍ପରା ନାମେ ଶୁଙ୍ଖଳିତ ଗଣା
ସମସ୍ତେ ହୋଇବେ ଖୁସି
ନିଜ ସୁଖ ପଲା ଉପରକୁ ଅନ୍ୟ ପଲା ଭାରି
ଦୁଃଖ ସୁଖ ଏକାକାର କରି ମର୍ତ୍ତ୍ୟପରୀ
ଯନ୍ତ୍ରଣା ସବୁକୁ ଲେସି
ବୁକୁରେ କି ଅଛି ପଢୁ କି ନପଢୁ କେହି
ଗଢୁ ଗଢୁ ସଂସାର ଦେଉଳ ସବୁ ସହି
ରମ୍ଭା ମେନକା ଉର୍ବଶୀ
ସାଜି ଚନ୍ଦ୍ରକଳା ମେଖଳା ଶୃଙ୍ଖଳା ତିନିଗାର
ମନ ଓ ହୃଦୟେ ଚାପି ନିଜ ହରବର
ଧରି ଅହିଂସା ଅଶୀ
ଗାଳି ଦେହେ ବୋଳି ନକରି କଳି ବା ଅଳି
ପିନ୍ଧି ତୁଳସୀ ମାଳି ନଯାଉ ଖୁଣ୍ଟ ହୁଗୁଳି
ରଙ୍ଗଲତା ନଯାଉ ଋଷି
ଉଷାରେ ଉଷସୀ ବାଆକୁ ବାତାସୀ ନାରୀ
ଧର୍ଯ୍ୟ ସହିଷ୍ଣୁତା ମମତା ପତିବ୍ରତା ଆବୋରି
ପଣତ ନେତ ବାରିସୀ ।