ମହିଳା ଦିବସେ
ମହିଳା ଦିବସେ


କହି ନାହିଁ ଦୁଃଖ ଭାଷାରେ ଫୁଟେଇ
ଯେଣୁ ମୁଁ ଗୋଟେ ନାରୀ
ଲୁହ ଲହୁ ଏକାକାର କରି ପରିବାର
ନାରୀ ଏନ୍ତୁଡ଼ି ଉହ୍ମେଇକୁ ପାଶୋରି
ସମୟ ସହିତ ସାଲିସ ନାଲିସ ମାଲିସ
କରି ନାରୀ ପତ୍ନୀ କାହାରି
ଛୁଆ ପିଲା ସଂସାରରେ ସନ୍ତାନ ସନ୍ତତି
ଦୋଷ ଦେଇ କହିଥାନ୍ତି ପରେ ସରି
କାହା କଥା ଏଠି କହିଲେ କୂଳ କୁଟୁମ୍ବ
ଲାଜରେ ଯିବେ କାଳେ ବତୁରି
କେ କେତେ ଗଲେଣି ଆଉ ଯିଏ ଆସିଛନ୍ତି
ତାଙ୍କ ସେବା ପାଇଁ ନାରୀଟି ଉତ୍ତୁରି
ବୟସ ଆୟୁଷ ରୋଗ ଦୁଃଖ ଋଣ
ଅଭିମାନ ସେମାନଙ୍କ ଭାରି
ଜୀବନ୍ତ ଯେତେକ ଚାରିପଟେ ଅଛନ୍ତି
ନିଜର ପରି ଘେରି ଆବୋରି
ସ୍ୱାର୍ଥ ଥିଲେ ଗୋଟାପଣେ ସେ ନିଜର
ସରିଗଲେ ଯିବେ ଫେରି
ଆଜିଯାଏଁ ଦେଇ ଅନ୍ୟକୁ ସମୟ ନିଗାଡି
ଚିପୁଡ଼ି ଦେବାକୁ ଜିଅନ୍ତା ମାରି
ନକହିଲେ ଦୋଷ କହି ବିଷବୋଳା ହସ
ସହିବାକୁ ହେବ ଯେଣୁ ନାମ ନାରୀ
ଉପର ହସ ଭିତର କାନ୍ଦ ଜାୟା ଜନନୀଟି
ଦେଖି ବିସ୍ମୟ ଦୁନିଆଁଦାରି
ମହିଳା ଦିବସ ଆସିଛି ବାସୁଛି ଏଣିକି
ନାରୀ ଦୁଃଖ ଯିବ ସରି.