ମହାଶିବରାତ୍ରି
ମହାଶିବରାତ୍ରି
ଆଜି ପରା ଶିବ ରାତର
ଜାଳିବା ଚାଲରେ ଜାଗର।
ଅଚେତ ଅଛନ୍ତି ଶଙ୍କର
ଶିବ ବିନା ଶୂନ୍ୟ ସଂସାର।
ପାନ କରି ସର୍ପ ଜହର
ହେଲେ ସେ ନୀଳକଣ୍ଠେଶ୍ଵର।
ଶୁଭମନାସି ଜଗତର
ଗରଳ ପିଇଲେ ଈଶ୍ୱର।
ଧନ୍ୟ ବାବା ଚନ୍ଦ୍ରଶେଖର
ଜଗତକୁ କଲ ଉଦ୍ଧାର।
ବିଷ ଜ୍ବାଳା କେତେ ପ୍ରଖର
ଅବଶ ହୋଇଲା ଶରୀର।
ଚିନ୍ତା କଲେ ଦେବ, ଅସୁର
ଫେରିବେ କିପରି ସେ ହର ।
ମହାଦେବ ପରମେଶ୍ବର
ମୁକ୍ତି ଦିଅନ୍ତି ମୁକ୍ତେଶ୍ଵର।
ଗଙ୍ଗାଧାରୀ ସେ ଗଙ୍ଗାଧର
ସଂହାର କରତା ବିଶ୍ଵେଶ୍ଵର।
ଜଟାଧାରୀ ପାର୍ବତୀ ବର
କୈଳାସବାସୀ ନଟବର।
ଆଶୁତୋଷ, ଉମାଶଙ୍କର
ବିଶ୍ବନାଥ, ମଲ୍ଲିକେଶ୍ବର।
ତୁମ ଦୟାରେ ଏ ସଂସାର
ପ୍ରଭୁ ତୁମେ ହେ ଦୟାକର।
ମୃତ୍ୟୁଞ୍ଜୟ ତୁମେ ଅମର
କରିପାର ସୃଷ୍ଟି ସଂହାର।
ପ୍ରଭୁ ଶିବ ତୁମେ ସୁନ୍ଦର
ଦୟାବାନ ପରମେଶ୍ବର।
ଉଠ, ଉଠ ହେ ମୁକ୍ତେଶ୍ଵର
ପଡିଗଲାଣି ହାହାକାର।
ପାର୍ବତୀ ପତି ଦୟାକର
ରକ୍ଷାକର୍ତ୍ତା ଏ ଜଗତର।
ମିନତି ତୁମରି ପୟର
ଭଲ ମନ୍ଦ କର ବିଚାର।
ଭସ୍ମଲେପିତ ସେ ଶରୀର
ଭୂଜଙ୍ଗ ହାର ଶଶୀଧର।
ପଶୁପତିନାଥ ହେ ହର
ଜଗତ କୁ କର ଉଦ୍ଧାର।
ଆକୁଳେ ଡାକୁଛୁ ହେ ହର
ଦୟାକର ହେ ଦୟାକର।
ପାଦ ତଳେ କରୁ ଜୁହାର
ରକ୍ଷାକର୍ତ୍ତା ଆହେ ଈଶ୍ୱର।