ମହାନଦୀରେ ସଂଧ୍ୟା
ମହାନଦୀରେ ସଂଧ୍ୟା
ବସିଥିଲି ଦିନେ ମହାନଦୀ କୂଳେ
ଦେଖୁଥିଲି ସୁନ୍ଦରତା
କେତେ ସୁନ୍ଦରତା ଭରି ରହିଅଛି
ଗଢ଼ିଛି କେଉଁ ବିଧାତା ।
ଝର ଝର ହୋଇ ବହେ ମହାନଦୀ
ବସିଛି ମୁ ତାର କୋଳେ
ନୀଳ ଜଳ ରାଶି ଭଉଁରୀ ଖେଳୁଛି
ମିଶି ପବନ ର ତାଳେ ।
କୁଳୁକୁଳୁ ହୋଇ ବହି ଯାଉଅଛି
ସୁଲୁ ସୁଲୁ ବାଆ ସାଥେ
ଆକାଶ ରେ ପକ୍ଷୀ ଉଡି ବୁଲୁଛନ୍ତି
ପବନ ର ଗତି ପଥେ ।
ମାଛରଙ୍କା ପକ୍ଷୀ ଥଣ୍ଟେ ମିନ ଧରି
ଉପରକୁ ଉଡିଯାଏ
ପଶ୍ଚିମ ଆକାଶେ ସୁରୁଜ କିରଣେ
ନାଲି ନାଲି ଦିଶୁଥାଏ ।
କେଉଁଠୁ ଆସିଲା କଳା ମେଘ ଖଣ୍ଡେ
ସୁରୁଜ କୁ ଲୁଚାଇଲା
ନାଲି କିରଣ କୁ ଲୁଚାଇ ତାହାର
କଳା ମେଘ ବିଞ୍ଚିଦେଲା ।
ବହୁଦିନ ପରେ ମେଘ ମେଘୁଣୀ କୁ
ପାଖେ ତାର ପାଇଥିଲା
ମେଘ କୁ ମେଘୁଣୀ ପ୍ରେମ ବନ୍ଧନରେ
ଆଲିଙ୍ଗନ କରିନେଲା ।
ମେଘ ମେଘୁଣୀଙ୍କ ଆଲିଙ୍ଗନ ଫଳେ
ବର୍ଷା ବିନ୍ଦୁ ବରଶିଲା
ମହାନଦୀ ବକ୍ଷେ ଟୋପା ଟୋପା ପ୍ରେମ
ବର୍ଷା ହୋଇ ଝରିଗଲା ।
ଦେଖି ଏହି ରୂପ ମହାନଦୀ ତିରେ
ମନ ମୋର ହଜିଗଲା
ସଂଧ୍ୟା କାଳୀନ ଏ ମହାନଦୀ ଦୃଶ୍ୟ
ମନ ମୋର ମୋହିନେଲା ।
