STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ମହାଦେବଙ୍କ ହଟହଟା

ମହାଦେବଙ୍କ ହଟହଟା

1 min
209


ବୃକାସୁର ନାମେ ଥିଲା ଏକ ମହାଦୈତ୍ୟ l

ମହାବଳୀ ଶକୁନି ଦୈତ୍ୟର ସେହି ସୂତ ll


ଅମର ଅଭିଳାଷେ ସେ ଘୋର ତପ କରି l

ତୋଷକଲା ରକ୍ଷଵୀର ପ୍ରଭୁ ତ୍ରିପୁରାରୀ ll


ତୋଷହୋଇ ପ୍ରଭୁ ଆଶୁତୋଷ ଶ୍ରୀଶଙ୍କର l

ପୁଚ୍ଛା କଲେ ରାକ୍ଷସକୁ କିସ ନେବୁ ବର ll


ବୃକାସୁର ଏଥେ ମହା ହର୍ଷ ଭର ହୋଇ l

କହିଲା ଅମରବର ଦିଅ ହେ ଗୋସାଇଁ ll


ଶିବ ବୋଲନ୍ତି ରାକ୍ଷସେ ସେ ଅମରବର l

ପ୍ରଦାନେ ତା' ବତ୍ସ ଶକ୍ତି ନାହିଁଟି ମୋହର ll


ଜନମର ସାଥେ ଅଛି ଅବଶ୍ୟେ ମରଣ l

ଅନ୍ୟ ବର ମାଗ ଯହିଁ ହେବୁ ବଳିୟାନ ll


ବୃକ ବୋଲେ ତହୁଁ ପ୍ରଭୁ ଏହି ବର ଦିଅ l

ଶିରେ ଯା ହାତ ରଖିବି ଭଷ୍ମହେବ ଥୟ ll


ଆଶୁତୋଷ ଭୋଳାନାଥ ଶିବଶମ୍ଭୁ ହର l

ଅସ୍ତୁ ବୋଲି କହି ତାଙ୍କୁ ପରଷିଲେ ବର ll


ରାକ୍ଷସ ଜନମ ଯେଣୁ ରାକ୍ଷସ ସ୍ଵଭାବେ l

ତୁମ୍ଭରେ ପରଖିନେବି କହି ମହାଦେବେ ll


ଖରେ ଗୋଡ଼ାଇଲା ଶିରେ ରଖିବାକୁ ହାତ l

ଦଉଡ଼ିଲେ ଅତିଭୟେ ଦେବ ଭୋଳାନାଥ ll


ଶ୍ରୀବିଷ୍ଣୁଙ୍କ ପାଶେ ଯାଇ ପଶିଲେ ଶରଣ l

ରକ୍ଷା କର ରକ୍ଷା କର ଆହେ ନାରାୟଣ ll


ଶିବଙ୍କ ପଛେ ଗୋଡ଼ାଇ ପହଞ୍ଚେ ରାକ୍ଷସ l

ବିଷ୍ଣୁ ପୁଛିଲେ ବାବୁରେ ହୋଇଅଛି କିସ ll


ଅସୁର କହେ ବରଟି ଦେଲେ ଭୋଳାନାଥ l

ଭସ୍ମ ହେବ ମୁହିଁ ଯାର ଶିରେ ଦେବି ହାତ ll


ସେ ବର ସତ୍ୟ କି ମିଥ୍ୟା ପରଖିବା ପାଇଁ l

ଭୋଳାନାଥ ଶିରେ ହାତ ଥାପିବଇଁ ମୁହିଁ ll


ବିଷ୍ଣୁ ବୋଲନ୍ତି ବାବୁରେ ଶିବ ବର ସତ୍ୟ l

ହୋଇଛି କି କାହିଁ ଯାର ସାଥି ଭୂତ ପ୍ରେତ ll


ଲଙ୍ଗଳା ଶ୍ମଶାନ ବାସୀ ଗଳେ ମାଳା ଅହି l

ପରଖିନିଅ ତୋ ନିଜ ଶିରେ ହାତ ଦେଇ ll


ଶ୍ରୀବିଷ୍ଣୁଙ୍କ ମାୟା ଦୈତ୍ୟ ବୁଝି ନପାରିଲା l

ଶିରେ ହସ୍ତ ଥାପି ତହୁଁ ଭସ୍ମ ହୋଇଗଲା ll


ନାମ ବିଖ୍ୟାତ ହୋଇଲା ତହୁଁ ଭସ୍ମାସୁର l

ଶ୍ରୀବିଷ୍ଣୁଙ୍କ ଯୋଗୁଁ ରାକ୍ଷା ପାଇଗଲେ ହର ll


ବାର୍ତ୍ତା ରହି ଅଛି ଅପାତ୍ରରେ ଦାନ ଦେଇ l

ମହାଦେବ ପଳାଇଲେ ଉଲଗନ ହୋଇ ll


ନମଃନମଃ ଶିବ ଶମ୍ଭୁ ନମଃ ଆଶୁତୋଷ l

କର୍ଣ୍ଣ ସଦା ମୋର ଶୁଣୁ ଡମ୍ବରୁ ନିର୍ଘୋଷ ll

     



Rate this content
Log in

Similar oriya poem from Inspirational