Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ମହାବିଷୁବ ସଂକ୍ରାନ୍ତି

ମହାବିଷୁବ ସଂକ୍ରାନ୍ତି

1 min
132



ଆସିଛି ଲଗ୍ନ ନବ ବର୍ଷର

ଆଣିଛି ପ୍ରୀତି 

ଆଣିଛି ବି ସାଥେ ଯୁଦ୍ଧର ଭୀତି

ଓଡ଼ିଆ ମନରେ

ଗୁଞ୍ଜେ ଅଧୀରେ

ମାଆର ଭକ୍ତି,

ମନାସେ ଶାନ୍ତି ସାରା ବିଶ୍ୱର,

ପାଳି ସେ ପର୍ବ

ମହାବିଷୁବ ସଂକ୍ରାନ୍ତି |


ରାଇଜେ ଚାଲିଛି ପ୍ରସ୍ତୁତି ପର୍ବ

ଜାଗ ଯଜ୍ଞର ଜଳିବ ଅଗ୍ନି

ସବୁ ଦେବୀପୀଠ ଚଳ ଚଞ୍ଚଳ

ସବୁରି ମନରେ

ଆଶ୍ୱାସନାର ବାଣୀ,

ସବୁ ସମାଧାନ କରିବେ ମାଆ

ସେ ପରା ଅଟନ୍ତି

ଜଗତ ଜନନୀ |


ଚାହିଁ ରହିଛନ୍ତି ଜଗତ ଠାକୁର

ଜଗନ୍ନାଥ ପରା ସେହି,

ନୂତନ ବର୍ଷକୁ ଦେବେ ନୂଆ ଦିଶା

ପ୍ରାଚୁର୍ଯ୍ୟ ଭରିଦେଇ,

ଆଣିବେ ଶାନ୍ତି ସାରା ବିଶ୍ୱରେ

ଯୁଦ୍ଧକୁ ଅପସାରୀ,

ନୂତନ ବର୍ଷ ହେବ ସ୍ମରଣୀୟ

ଭରିବ ହୃଦୟ ପ୍ରତି ଓଡ଼ିଆର

କାଳିଆର କୃପା ପାଇ |


   


Rate this content
Log in