ମେଣ୍ଟୁନି ମୋ ଭୋକ
ମେଣ୍ଟୁନି ମୋ ଭୋକ
ମେଣ୍ଟୁନି ମୋ ଭୋକ
ସରୁୁୁନି ମୋ ଦୁଃଖ
ମାଗୁଛି ସତେକି ମୁଁ ଭିକ
ରଖୁନି ମୋ ଭେକ
ମୁଁ ଯେ ଜଣେ
ଦିନ ମଜୁରୀଆ
ଚିର ଦୁଃଖୀ
ଏ ବିଶ୍ଵର ଦୀନହୀନ ଶ୍ରମିକ ।
ମାନବିକତା ଓ ମଣିଷ ପଣିଆ
ପୋଡି ମୁଁ ଖାଉଛି
କରୁଛି ମୁଁ ଶୋକ
ପିଲାଛୁଆ ପରିବାରର
ଘୁଞ୍ଚୁନି ମୋ ଦୁଃଖ
ଖଟାଇଲେ ବି ଯେତେ ମୋ
ବୁଦ୍ଧି ଓ ବିବେକ
ଶୋଷଣ ତନ୍ତ୍ର ଶାସନ ଭିତରେ
ପେଷି ହୋଇ ହୋଇ
ଗଣାଯାଏ ନାହିଁ ମୁଁ
ଏ ସମାଜର ଏକ
ଶ୍ରେଷ୍ଠ ଜୀବ ମଣିଷ
କି ମୁଁ ଜଣେ ଲୋକ ?
ଦାରିଦ୍ର୍ୟର ସୀମାରେଖା
ତଳେ ବଞ୍ଚେ
ଅନ୍ନ ଚିନ୍ତା ଚମତ୍କାର ମୋ'ର
ସଦା ମୁଁ ଖଟି ଖଟି
ଅନ୍ୟର ସୁଖ ପାଞ୍ଚେ
ପୁଞ୍ଜିପତି, ଶିଳ୍ପପତିଙ୍କର
ସାଜେ ମୁଁ କାଠ କଣ୍ଢେଇ
ମୋ ଶ୍ରମରେ
ସେ ଦେଖାନ୍ତି ବଡେଇ
ମୋ ମୁଣ୍ଡରେ ଦିଅନ୍ତି
ସବୁ ବୋଝ ମୁଣ୍ଡେଇ
ଦୁଃଖୀ ଲୋକଟିଏ ହୋଇ
ଚିରକାଳ ମୁଁ ବଞ୍ଚୁଛି
ମୋ ଦେଶ, ମୋ ସମାଜର
ନିର୍ମାଣ କର୍ତ୍ତା ମୁଁ ସାଜୁଛି
ହେଲେ ମୋ ଦୁ଼ଃଖ, ଶୋକ,
ରୋଗ କଥା କେ ବୁଝୁଛି
କେ ମୋ ଶ୍ରମର ମୂଲ୍ୟ ବୁଝୁଛି ?
ମୁଁ କି ଗଣାହୁଏ
ଏ ସମାଜେ ଏକ ଲୋକ
ନା ପୁଞ୍ଜି ଅଛି
ନା ଅଛି ପ୍ରତିପତ୍ତି
ମୁଁ ଯେ ସର୍ବହରା
ଶ୍ରେଣୀର ଲୋକ
କେ ବୁଝୁଛି ମୋ ଦୁଃଖ
ନା ଶାସନ ପ୍ରଶାସନ କଳ
ନା ପୁଞ୍ଜିପତି, କ୍ଷମତାଶାଳୀ,
ବିତ୍ତ ଶାଳୀ ଲୋକ
ଖଟି ଖଟି ନୟାନ୍ତ ମୁଁ
ହେଲେ ପୁରେନା ମୋ
ପେଟର ଭୋକ
ନ ରଖି ପାରେ ମୋ
ମଣିଷ ପଣିଆର ଭେକ
ଏତିକି ମୋ ଦୁଃଖ
ସମାଜର ସର୍ବ ବିକାଶର
ସର୍ବ ନିର୍ମାଣର ନିର୍ମାତା ସାଜି
ମୁଁ ଅର୍ଦ୍ଧନଗ୍ନ,
ଭିକ୍ଷୁ କାଙ୍ଗାଳ ସଦୃଶ ରହିଛି
ସର୍ବକାଳ ସର୍ବହରା ଶ୍ରମିକ
ପୁରେନା ମୋ ପେଟ
ସରେନା ମୋ ଦୁଃଖ
କେବେହେଲେ ମେଣ୍ଟୁନି ମୋ
ସାମାଜିକ, ରାଜନୈତିକ,
ଆର୍ଥିକ ଭୋକ
ମୁଁ ଚିର ଦୁଃଖୀ
ଦୀନହୀନ ଶ୍ରମିକ
କେବେହେଲେ
ମେଣ୍ଟୁନି ମୋ ଭୋକ
ନ ମିଳେ ମୋତେ
ପାରିବାରିକ ତଥା
ସାଂସାରିକ ସୁଖ
ମୁଁ ରହିଥିଲି, ରହିଛି ଓ ରହିଥିବି
ହୋଇ ଏକ ଦୀନହୀନ ଶ୍ରମିକ ।