Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Others

3  

DILIP KUMAR SAHOO

Others

ମେଘ ଉଡିଯାଏ

ମେଘ ଉଡିଯାଏ

1 min
114


ଶୁଖିଲା ଆଷାଢ଼ ଶୁଖିଲା ବିଲ

ମେଘ ମାନୁ ନାହିଁ ବରଷା ବୋଲ ।


ବଉଦ ରୋଷଣୀ ଆକାଶେ ଭାସେ

ମେଘ ଉଡିଯାଏ ଦୂର ଆକାଶେ ।


ଋତୁ ଆନମନା ବରଷା ନାହିଁ

ଗୁଳୁଗୁଳି ଜମା ହେଉନି ସହି ।


ଖରାସାଥେ ଛାଇ ଖେଳୁଛି ଖେଳ

ତଥାପି ବହୁଛି ଦେହରୁ ଝାଳ ।


ତତଲା ପବନ ଟାଣୁଆ ଖରା

ଧାନ ବୁଣାବୁଣି ରହେ ଅଧୁରା ।


ଗଜା ଧାନ କ୍ଷେତେ ଢାଳୁଛି ଲୁହ

ମାଟି ଅଗଣାରେ ନାହିଁ କାଦୁଅ ।


ଆକାଶ କୁ ଚାହିଁ ବସିଛି ଚାଷୀ

କାନ୍ଦି ପାରୁନିକି ପାରୁନି ହସି ।


ରଜ ସରିଗଲା କମୁ ନି ତାତି

ପ୍ରଦୂଷଣଯୋଗୁ ରାଗେ ପ୍ରକୃତି ।


ପ୍ରଦୂଷଣକୁ ତ ପାରିଲେ ରୋକି

ମେଘ ପାରିବନି ଆମକୁ ଠକି ।


ଗଛ ଭରିଦେଲେ ସାରା ଭୂବନ

ଶୋଷିନେବେ ସିଏ ବିଷ ପବନ ।


ବରଷା ହୋଇବ ନିୟମ ମାନି

ହସିବେ ଗରିବ ହସିବେ ଧନୀ ।



Rate this content
Log in