Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Children

4  

Sachidananda Kar

Children

ମେଘ ବରଷିଲା

ମେଘ ବରଷିଲା

1 min
421


    ମେଘ ବରଷିଲା ଟୁପୁରୁ ଟାପର

      ବଢ଼ିଲା ଧରଣୀ ଶୋଭା

    ଯୁଆଡେ ଚାହିଁଲେ ସବୁଜ ସୁଷମା

      ଦିଶିଗଲା ମନଲୋଭା ।। 


    ଗାଆଁର ଦାଣ୍ଡରେ ଆନନ୍ଦେ ଛୁଟିଲା

      ବରଷା ପାଣିର ସୁଅ

    ଭରିଗଲା ନଦୀ ଗଡ଼ିଆ ପୋଖରୀ

      ପୂରିଲା ଦିଶିଲା କୂଅ ।। 


    ଗୋଟି ଗୋଟି କେତେ ପାଣିର ଫୋଟକା

      ସୁଅରେ ଚାଲିଲେ ଭାସି

    ଧରିବାକୁ ତାଙ୍କୁ କୁନିପିଲା ଯେତେ

      ମେଘରେ ଭିଜିଲେ ଆସି ।। 


    ତିଆରି ଚାଲିଲା କାଗଜର ଡଙ୍ଗା

      ପିଲେ ତିଆରିଲେ ବସି

    ପାଣିର ସୁଅରେ ଭସାଇଲେ ଆଣି

      ମୁରୁକି ମୁରୁକି ହସି ।। 


    ଆସର ଜମିଲା ସାଧବବୋହୂଙ୍କ

      ଘାସର ଗାଲିଚାପରେ

    ହେଲା ଚାଷକାମ ଖେଳିଲା ଆନନ୍ଦ

      ଚଷାପୁଅଟିର ଘରେ ।। 


    କଳାମେଘ ଦେଖି ନାଚିଲା ମୟୂର

      ସୁନ୍ଦର ଦିଶିଲା ବନ

    ଫୁଟିଲା କଦମ୍ବ ମେଘରେ ବିଜୁଳି

      ଚମକିଲା ଘନଘନ ।। 


    ଗଛରେ ଲତାରେ ବସିଗଲା ନୂଆ

      ଫୁଲଫଳଙ୍କର ମେଳା

    ଗୀରିଷମ ପରେ ଆସିଲା ଧରାକୁ

      ଶୀତଳ ମଧୁର ବେଳା ।। 


    ମେଘ ବରଷିଲା ଟୁପୁରୁ ଟାପର

      ଚାରିଆଡ଼େ ହେଲା ପାଣି

    ବେଙ୍ଗ ହେଲା ରାଜା ବେଙ୍ଗୁଲୀନାନୀଟା

      କହିଲା ମୁଁ ହେଲି ରାଣୀ ।। 



Rate this content
Log in

Similar oriya poem from Children