ମେଢ଼ରୁ ଓହ୍ଲାଇ ଆସ
ମେଢ଼ରୁ ଓହ୍ଲାଇ ଆସ
ମେଢ଼ରୁ ଓହ୍ଲାଇ ଆସ ମାତା ଥରେ
ବୁଲି ଦେଖ ଏଇ ତୁମ ସଂସାର
ଦୁରାଚାରୀ ଙ୍କର ବହୁ ଉପଦ୍ରବ
ଜୀବନ ହେଉଛି କି ନାରଖାର ।
ମେଢ଼ରୁ ଓହ୍ଲାଇ ଆସ ମାତା ଥରେ
ମହିଷାସୁର ଙ୍କ ବଢ଼ୁଛି ଭିଡ଼
ଆସନ, ଶାସନ, ଲାଳସା,ଦହନେ
ଧରା ରୁ ଧରମ ହୁଅଇ ଆଡ଼ ।
ମେଢ଼ରୁ ଓହ୍ଲାଇ ଆସ ଥରେ ମାତା
ଦେଖିଯାଅ ଥରେ ଏଇ ସଂସାର
ରକ୍ତବୀର୍ଯ୍ୟ ମାନେ ରକ୍ତ ଶୋଷୁଛନ୍ତି
ଦେଖିଯାଅ ଥରେ ସେ ଅତ୍ୟାଚାର ।
ମେଢ଼ ରୁ ଓହ୍ଲାଇ ଆସ ଥରେ ମାତା
ଦିନ ଦିପହରେ ଯେ କାଳରାତ୍ରୀ
ନାରୀ ମାଂସ ଲୋଭୀ ଶାଦୃଳଙ୍କ ଭିଡ଼
ବଳିପଡ଼େ ଏଠି ପୁଣ୍ୟ ସେବତୀ ।
ଓହ୍ଲାଇ ଆସ ମା ନିଃଶବ୍ଦ ଛନ୍ଦରେ
ମନ ମାନସ କୁ ଖୋଲି ତ ଦେଖ
ହିଂସା, ଦ୍ବେଷ, ଲୋଭ ବଳୟେ ମଣିଷ
ପାପ, ଅନାଚ଼ାରେ ମାା 'ଶତମୁଖ ।
ଓହ୍ଲାଇ ଆସ ମା' ତ୍ରିଶୂଳ ହସ୍ତରେ
ମହିଷା ମାନଙ୍କ ଭିଡକୁ ତାଡ଼
ତୁମ
ମେଢ଼ ପାଖ ଜନାରଣ୍ୟ ମଧ୍ୟୁ
ପ୍ରକୃତ ଭକ୍ତଙ୍କ ଦୁଃଖ ଯେ ଫେଡ଼ |
ଓହ୍ଲାଇ ଆସ ମା' ଏ ଧରା ଧାମକୁ
ଆସୁରୀ ଭାବନା ନାଶ ତ କର
ନାରୀ ଶକ୍ତି ମାତା ଶଙ୍କଟ ହାରିଣୀ
ତୁମ ସୃଷ୍ଟି ତୁମେ ପୁଷ୍ଟି ଯେ କର।
ମେଢ଼ରୁ ଓହ୍ଲାଇ ଆସ ଥରେ ମାତା
ସୃଷ୍ଟିରୁ ଅନ୍ୟାୟ କର ମା' ଦୂର
ଗାଁ ରୁ ସହର ବ୍ୟକ୍ତି ପରିବାର
ଅନୁଷ୍ଠାନେ ହସେ ମହିଷାସୁର ।
ଓହ୍ଲାଇ ଆସ ମା' ମେଢ଼ରୁ ଥରଟେ
ଦେଖି ଯାଅ ଏଠି ପାପ ଫୁଆରା
ଅଧର୍ମ ହସୁଛି ଧର୍ମ କାନ୍ଦୁଅଛି
ପୁଣ୍ୟ ହୋଇଅଛି ଯେ ପଥହରା ।
ମେଢ଼ ରୁ ଓହ୍ଲାଇ ଆସ ଥରେ ମାତା
ଧର୍ମର ଦୁଆର ଖୋଲି ତ ଦିଅ
ଅଧର୍ମ ଦାଣ୍ଡରେ ଧର୍ମର ଚ଼ାଦର
ମାତା ତୁମେ ଥରେ ମେଲେଇ ଦିଅ |
ମେଢ଼ ରୁ ଓହ୍ଲାଅ ତବ ପଦପାତେ
ପୁଣ୍ୟର ନଦୀ ଟେ ବହି ଯେ ଯାଉ
ପାପ ଇଲାକାରେ ପବିତ୍ର ଶଙ୍ଖ ଟେ
ବଜାଇ ଦିଅ ମା' ଦୁଃଖ ଉଭାଉ ।