Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Arjuni charan Behera

Inspirational Others

3  

Arjuni charan Behera

Inspirational Others

ମଦନ ମୋହନ

ମଦନ ମୋହନ

1 min
185


ନୂଆ ନଟବର ରସିକ ନାଗର

ଚନ୍ଦନ ବେଶ ମଦନ ମୋହନ

କୋଟିଏ କନ୍ଦର୍ପ କାନ୍ତି ଅପରୂପ

ବୋଳା ଅଙ୍ଗେ ଗୋଳା ଚୁଆଚନ୍ଦନ l


ବେଦପତି ଦେଲେ ଅପୂର୍ଵ ମୁରଲୀ

କହ୍ନାଇ ହସ୍ତରେ କି ଶୋଭାବନ

ପଞ୍ଚମେ ଡାକଇ ରାଧିକା,ଗୋପିକା,

ଚନ୍ଦ୍ରାବଳି ତୋଳି ଅମୃତ ସ୍ଵନ l


ବଙ୍କିମ ଅଧର ବାଙ୍କ ଚାହାଣି ତା

ବାଙ୍କ ଶିରେ ବଙ୍କା ମୟୁର ଚୂଳ

ଶିରେ ଠିଆ ଚିତା ସୁବର୍ଣ୍ଣ ପଇତା

କଣ୍ଠେ ବନମାଳ ଗୋପ ଗୋପାଳ l


ପୀତାମ୍ବରୀ ପାଟ କଦମ୍ବ ମୁକୁଟ

ପାକଲା ଗାମୁଛା ତ୍ରିକଛ କଛା

ମାଆ ଯଶୋମତି ବେଶ କରିଛନ୍ତି

କୃଷ୍ଣ ବୃନ୍ଦାବନେ ଚରାନ୍ତି ବତ୍ସା l


ଜୟ ବନମାଳୀ ଗୋପର ଗୁଆଳି

ଜୟ କଳା କାହ୍ନୁ ବଂଶୀ ବଦନ

ଯଶୋଦା ଦୁଲାଳ ଜୟ ନନ୍ଦବାଳ

ଶରଣ ପଶିଲି ଛନ୍ଦା ଚରଣ l


Rate this content
Log in

Similar oriya poem from Inspirational