Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ମଧୁଚରସର ମଧୁଶଯ୍ୟା

ମଧୁଚରସର ମଧୁଶଯ୍ୟା

1 min
410


ମୁଁ...

ପେନ୍ଥା ପେନ୍ଥା

ସ୍ବପ୍ନ ପାଖୁଡା ମାନଙ୍କର

ଅର୍ଦ୍ଧ ନିମୀଳିତ,ଭିନ୍ନ ଭିନ୍ନ

ରଙ୍ଗ ବେରଙ୍ଗର ଚିତ୍ରିତ 

ତୈଳଚିତ୍ରର ଏକାଙ୍ଗ ଚିତ୍ରକର !


ମୋ' ସ୍ବପ୍ନମାନେ

ନିଶୂନ୍ ପ୍ରହରର ନିଃସଙ୍ଗ

ଜୀବନର ଆର୍ତ୍ତ କାହାଣୀ,

ଅଥବା,ବିଦ୍ରୁପ ଅଟ୍ଟହାସ୍ୟର

ଅମୀମାନ୍ସିତ ମରୁପୃଷ୍ଠ.....


ଜାଣେନା ମୁଁ....

ଅଧିକାଂଶ ସ୍ବପ୍ନ କିନ୍ତୁ

ମୋର କଳ୍ପନାର ସୁରମ୍ୟ ତାଜ୍ !!

ମଧୁର ମଧୁର ମଧୁଚରସର ମଧୁ ଶଯ୍ୟା... !!!


ଆଉ,ତୁମେ...

ମୁଁ ଓ ମୋ' ସ୍ବପ୍ନ

ମାନଙ୍କ ବ୍ୟବଧାନର

ଅଦମ୍ୟ ସଂଯୋଗକାରୀ... !!!

ଅଦ୍ଵିତୀୟ,ପ୍ରତୁଳ ପ୍ରତ୍ୟୟ....

ଆମ ଉଭୟଙ୍କ କଳ୍ପନାରେ ଆସେ

ଦ୍ୟୋତମାନ ଦ୍ୟୋଭୂମି,ଭିନ୍ନ ରୂପ ନେଇ... !!


ଆସୁଛି

ସେଦିନ...

ଦେଖିବ,

ମୋ' ସ୍ବପ୍ନସବୁ

ତୁମରି ଆତ୍ମିକ ରଙ୍ଗରେ ବୋଳା

ଇନ୍ଦ୍ରଧନୁକୁ ଆହୁରି ବର୍ଣ୍ଣଳ ବର୍ଣ୍ଣାଢ୍ୟ

ରଙ୍ଗରେ ରଙ୍ଗିନ କରିଦେବେ... !

ତେଜସ୍ୱିନୀ,ଓଜସ୍ୱିନୀ,ଅମୃତ ଅମ୍ବର !!!!


ହୁଏତ,

ଏମିତି ବି ହୋଇପାରେ...

ମୁଁ ଅପସରି ଯାଇପାରେ.... !

ତୁମେ କିନ୍ତୁ ସାଜିଥିବ....

ମୋ'ସ୍ବପ୍ନ ସବୁର ସାକାର ସାନ୍ନିଧ୍ୟ,

ସେଇ ସାନ୍ନିଧ୍ୟର ଅନ୍ତରାଳେ ଉଙ୍କିଥିବ

ମୋ' ଉଦ୍ଗ୍ରୀବ ଇନ୍ଦିରାଙ୍କ ସ୍ବପ୍ନଭରା

ଉତ୍ତୁଙ୍ଗ ପ୍ରାସାଦ !

ସ୍ବର୍ଗୀୟ ସୁଷମା ଭରା ସାର୍ଥକ ସତ୍ୟତା....


ତୁମେ ଅନେଇଥିବ ସେଇ ଆଡେ,

ଯେଉଁଠି ମୁଁ ମିଶି ଯାଇଥିବି

ମିଞ୍ଜି ମିଞ୍ଜି ତାରା ମେଳେ

ଖେଳୁଥିବି ତୁମ ସତ୍ୟ ଇଲାକାରେ,

ଆଉ,ତୁମେ ହସୁଥିବ ମୋ' ସେଇ

ସ୍ବପ୍ନ ପାଖୁଡା ଦେହରେ 

ସ୍ବପ୍ନମୟୀ,ସ୍ବପ୍ନବତୀ ସାଜି !!!!


Rate this content
Log in