Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Others

4  

Madhusmita Prusty

Others

ମୌସୁମୀର ଆଗମନେ

ମୌସୁମୀର ଆଗମନେ

1 min
203



ବୈଶାଖର ତାତି ଟାଇଁ ଟାଇଁ ଖରା

ଟାଙ୍ଗରା ହେଲାଣି ଧରା,

ବସୁମତୀ ମାତା ନିଦାଘ ଦୁଃଖରେ

ନସହିଲେ ତାତି ଜ୍ୱାଳା |


ଆଦ୍ୟ ଆଷାଢ଼ର କୋମଳ ପରସେ

ମୌସୁମୀର ଆଗମନେ,

ହସିଲା ଧରଣୀ ବର୍ଷାଜଳ ପାଇ

ସବୁଜିମା ଖେଳେ ବନେ |


ଚାଷୀକୁଳ ଦେଖ ଆନନ୍ଦିତ କେତେ

କ୍ଷେତ ହସେ ସ୍ପର୍ଶ ପାଇ,

ମୌସୁମୀ ପ୍ରିୟାର ସ୍ନିଗ୍ଧ ପରସରେ

ସତେକି ଉଠିଛି ଚେଇଁ |


ସିଞ୍ଚି ହୋଇଯାଏ ମୌସୁମୀର ଧାରା

ତୁହା ତୁହା ବର୍ଷାଜଳେ,

ସବୁଜିମା ଭରେ ଜଙ୍ଗଲ କାନନେ

ପକ୍ଷୀ ରାବେ ଆନନ୍ଦରେ |


ସାଧବ ବୋହୂର ନାଲି ଟୁକୁଟୁକୁ

ଚାଲି ଦିଶେ କିସୁନ୍ଦର,

ଆଦ୍ୟ ଆଷାଢ଼ରେ ମତୁଆଲା ହୋଇ

ଦେହେ ବୋଳେ ସେ ସିନ୍ଦୁର |


ଗହନ କାନନେ ମୟୂରୀ ନାଚଇ

ପୂଛ ମେଲି ବର୍ଷାଧାରେ,

ସୁନ୍ଦର ସୁଷମା ଶୋଭା ଅନୁପମ

ମୌସୁମୀର ପରସରେ |


ସକଳ ସଂସାର ଜୀବନ୍ୟାସ ପାଇ

ଆନନ୍ଦ ବିଭୋର ହୋଇ,

ମୌସୁମୀ ପ୍ରିୟାର ଧରା ଆଗମନେ

ପ୍ରକୃତିସ୍ଥ ବନଭୂଇଁ |



Rate this content
Log in