Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalpana Satapathy

Fantasy tragedy abstract

4.8  

Kalpana Satapathy

Fantasy tragedy abstract

ମୌସୁମୀର ଆଗମନ

ମୌସୁମୀର ଆଗମନ

1 min
322


ଗ୍ରୀଷ୍ମପ୍ରବାହ ପ୍ରକୋପ ସରି ସରି ଆସେ

ମୌସୁମୀ ର ଆଗମନ ହୁଏ

ଶିଖିପୁଚ୍ଛଟେକି ନୃତ୍ୟ ଯେ କରଇ

ଜନମନ ପ୍ରାଣ ହସେ।

ଦିଗବିଦିଗ ଛୁଟାଇ ସୌନ୍ଦର୍ଯ୍ୟ ସମ୍ଭାର

ପ୍ରକୃତି ର ବର୍ଣ୍ଣାଢ଼୍ୟ ଶୋଭା ବର୍ଦ୍ଧନ କରେ

କଳାବାଦଲ ର ଘନଘଟା ଛାୟା

ଖେଳିଯାଏ ମୂଲକରେ।

ଘଡଘଡି ଡାକେ ତାନ୍ତ୍ରିକ ପରାଏ

ବିଜୁଳି କରଇ ତାଣ୍ଡବ

ଚିକ୍ ଚିକ୍ ହୋଇ ଆଲୋକର ସଜ୍ଜା

ଦୁରଦିଗବଳୟରେ ଭାସେ।

ମାର୍ତ୍ତଣ୍ଡ ପରାଏ ପବନ ଦେହରେ ପୁଲକ ଭରେ

ବେଙ୍ଗଲି ନାନୀଟା ଉସ୍ବାସ ମାରଇ

ତା ମନ ଖାଲି ଖିଲିଖିଲି ହସେ।

ସବୁଜ ବନାନୀ,ପ୍ରାନ୍ତର,

ପୂର୍ଣ୍ଣରାଶି କ୍ଷେତ ଶସ୍ୟଶ୍ୟାମଳାପୂର୍ଣ୍ଣ ହୁଏ

ଚଷାଭାଇ ଓଠୁ ମୁକୁତା ଝରଇ

ବୁକୁଫଟାଇ କରି ସେ ହସେ।

ପ୍ରକୃତି ମା ର କୋଳରେ ଏକ

ନୂତନ ଦିଗନ୍ତ ପ୍ରସାରୀ ଆସ୍ବାଦନର

ଶିହରଣ ଆସେ,ବସୁମତୀ ମା ସ୍ନାନ

ପରେ ପୁଣି ବରଷାରାଣୀ ଟା

ନାଲି ରଙ୍ଗର ପାଟ ପିନ୍ଧିବସେ।

ଝିଙ୍କାରି ଗରଜନରେ କିଏ ରହିପାରେ

ସତେ ଅବା ହାରମୋନିୟମ ବାଜେ

ସୁମଧୁର ସ୍ଵରେ ବାହ୍ମୁଣି ବେଙ୍ଗଟା

ସାତ ସୁର ତାନେ ନାଚେ।

ପ୍ରକୃତି ମା କୋଳ ବର୍ଣ୍ଣାଢ଼୍ୟ ଶୋଭାର

ଗନ୍ତାଘର ସାଜି, ମୌସୁମୀର

ଆଗମନକୁ ଅପେକ୍ଷା କରି ବସେ ।


Rate this content
Log in