ମାୟାର ଦର୍ପଣ
ମାୟାର ଦର୍ପଣ
କବିତା - ମାୟାର ଦର୍ପଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୧୦-୨୦୨୫
++++++++++++++++
ଋତୁଚକ୍ରର ପଦପାତେ
ଶରତ ଧାଇଁ ଆସିଛି ମରତେ
ଶେଷ ଶ୍ରାବଣ ଅନ୍ତେ ସରନ୍ତେ
କାଶତଣ୍ଡୀ ଦେଖ
ଛଇ ଲଗେଇଛି
ନଈ ପଠା ପଟେ ହରଷେ
ପବନ ଝୁଲଣରେ ହଲୁଛି ଏମନ୍ତେ ସେମନ୍ତ
ଶେଷ ଶ୍ରାବଣ ବି ମାୟାର ଦର୍ପଣ
ଭୂଲି ପାରୁନି ଯମା
ଧରା ଧରଣୀର ଶ୍ଳେଷ ଅର୍ପଣ
ଲୁଘୁଚାପର ଭଡ଼ା ବିମାନ ନେଇ
ଦ୍ୱିପହର ପରେ ନିତି ଫେରୁଛି ମରତ ଭୂଇଁ
ଧରା ଧରଣୀ ଧରିତ୍ରୀ ଜଳପ୍ଳାବନ ତର୍ପଣ
ବର୍ଷା ବି ଲେଉଟାଣି ଫେରୁଛି ବେଗି
ଘଡ଼ ଘଡ୍ ଦମ୍ ଦମ୍
ଢ଼ାଳୁଛି ମୂଷଳଧାରା ନାକେଦମ୍
ଗୁଳୁଗୁଳି ବି ତହୁଁ ବଳି ମହାବଳି
ରଖେଇ ବସେଇ ଦେଉନି ଫାଙ୍କେଦମ୍
ଗମ୍ ଗମ୍ କାଖତାଳିଆ ଝାଳ
ଗଛ ଚାଳିଆ ପଟର୍ ପଟର୍ ଜଳ
ଅଣନିଃଶ୍ଵାସୀ ଘର ଭିତରେ ବି ଛମ ଛମ୍
ଝପେ ବରକୋଳିଆ ବର୍ଷାକୁ ଚାଇଁଆ ଖରା
ଦେହରେ ବାଜିଲେ ଦିଶିଯାଏ ଶରଗ ତାରା
ମୁଣ୍ଡ ବୁଲେଇ ଦେଉଛି ଚକାଭଉଁରୀ ପରା
ଜୁଳୁଜୁଳିଆ ପୋକ ପରି ମାରୁଥା ପଇଁତରା
ବାୟାଣୀ ଶ୍ରାବଣ ବି ନଛୋଡ଼ବନ୍ଧା
ସମୟ ସରଣୀ ମାନୁନି ଜମାରୁ
ଜଳ ପ୍ଳାବନରେ ଅଦିନିଆ ବନ୍ୟା ଗୋଳକଧନ୍ଦା
ଶରତ ବିଚରା ଡରୁଆ ଶ୍ରେଣୀୟ
ଧିରେ ଧିରେ ରହି ରହି ସହୁଛି
ସହମି ନରମି କରେ ଗ୍ରହଣୀୟ
ଆଗକୁ ମାଡୁଛି ପାଦେ ତ
ପଛଉଛି ଦୁଇ ପାଦ
ନୁହଁ ଅନୁନୟ ମାନନୀୟ ଶୋଉନୀୟ ।
