STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ମାଟିପିଣ୍ତ ଦେହ

ମାଟିପିଣ୍ତ ଦେହ

1 min
174


କୁଆଁ କୁଆଁ ରାବରୁ ଆରମ୍ଭ

କୋକେଇ ଶେଯରେ ଶେଷ

ସେ ଭିତରେ କେତେ ସ୍ନେହ ମମତା

ମାନ ଅଭିମାନ ଝଡ ବତାଶ  

ତେଲ ଲୁଣ ସଂସାରରେ

ପୁଣି ସ୍ୱପ୍ନର ଜୀବନ ଜୀବିକା

ମାଟିପିଣ୍ତର ଏ ଦେହ

ମାଟିପିଣ୍ତରେ ଶେଷ  

ସେ ଭିତରେ ଆମ ନିଃଶ୍ୱାସ ପ୍ରଶ୍ୱାସ

ଆମ ସୁଖ ଦୁଃଖର ଦୋ ଛକି ଖେଳ  

ଆମ ନିତିଦିନିଆ ଜୀବନ

ଧୂଳିଖେଳରୁ ଯୌବନ ଭିତରେ

ଜଞ୍ଜାଳରେ ଛନ୍ଦି ହୋଇପଡେ  

ଅ ଠାରୁ ଆରମ୍ଭ କରି କ୍ଷ ଠାରେ ଶେଷ

ସେ ଭିତରେ କେତେ ଶଦ୍ଦର ବିନାଶ

କେତେ ଗପ କେତେ କବିତା

ଇତିହାସ ବିଜ୍ଞାନ ଚିତ୍ରରେ

ଛକିଖେଳ ପରି ଜୀବନ ମୃତ୍ୟୁର

ହିସାବ ନିକାସ  

ଅକ୍ଷରର ପଦ ଭିତରେ ସାହିତ୍ୟର ରସ

ତାରି ଭିତରେ ଲମ୍ବା ଜୀବନ ରାସ୍ତା

କେତେ ସରସ ନିରସ

ବାଧା ବନ୍ଧନର ପ୍ରୟାସ

ଝୁଣ୍ଟି ପଡି ଉଠୁ

ଆଖିର ଲୁହ ଆଖି ପିଇଯାଏ

ଓଠର ତୃଷାରେ  

ଆଲୋକ ଅନ୍ଧାରର ଶେଷରେ

କେତେ ଆଶା କେତେ ଅବଶେଷ

ଚିହ୍ନା ଅଚିହ୍ନାର ଛଦ୍ମବେଶ 

ଆଖିର ମରମ ଓଠରେ ଭାବର ବନ୍ଧନ

ଏ ମାଟିପିଣ୍ତ ଦେହ ଶେଷରେ ବିନାଶ  



Rate this content
Log in

Similar oriya poem from Tragedy