ମାଟି
ମାଟି
1 min
175
ମାଟିରୁ ଯେ ସୃଷ୍ଠି ଏ'ଜୀବ ଜଗତ
ମାଟି ଅଟେ ଆମ ମାଆ
ତା' ବକ୍ଷରୁ ଦିଏ ଆମକୁ ଯେ ନୀର
ସୁଖେ ଦୁଃଖେ ହୋଇ ସାହା
ତା' ଦେହରେ ଆମେ ସଂସାରକୁ ଗଢି
ତା' ଦେହେ ହୋଇଛେ ଠିଆ
ତା ବିନା ଅସ୍ତିତ୍ୱ ନାହିଁ ଯେ ଆମର
ସେଥି ପାଇଁ ସିଏ ମାଆ
ମାଆ ପରେ ମାଟି ଦ୍ଵିତୀୟ ମାଆ
ସଂସାରରେ ପାଏ ପୂଜା
କୃଷକ ପୁଅଟି ଫଳାଏ ସୁନା
ନିଜକୁ ଭାବି ସେ ରାଜା
ମାଟିରୁ ଜନମ ମାଟିରେ ମୃତ୍ୟୁ
ନଥାଏ ତା ଅହଙ୍କାର
ନିଜେ ପଛେ ସିଏ କଷଣ ସହେ
କରେ ପର ଉପକାର