Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Chandra Mishra

Inspirational Children

4  

Prafulla Chandra Mishra

Inspirational Children

ମାଟି ମାଆ ମୋର ସୁନ୍ଦର

ମାଟି ମାଆ ମୋର ସୁନ୍ଦର

1 min
516



ମାଟି ମାଆ ମୋର ସୁନ୍ଦର

ମାଟି ମାଆ ମୋର ସୁନ୍ଦର,

ଶସ୍ୟ ଶ୍ୟାମଳା ଫୁଲେ ଫୁଲେ ତୋରା 

ସତେ କି ଅଳକା ପୁର

ମାଟି ମୋ ବୈକୁଣ୍ଠ ମାଟି ମୋର ଶ୍ରେଷ୍ଠ

ଜନ୍ମ,ମୃତ୍ୟୁ ଜୀବନର

ମାଟି ମାଆ ମୋର ସୁନ୍ଦର ।


ସ୍ଵର୍ଣ୍ଣ ଗର୍ଭା ମାଟି ରଖିଛି ସାଇତି

ଅମୂଲ୍ୟ ରତ୍ନ ଭଣ୍ଡାର

ଗଙ୍ଗା ଗୋଦାବରୀ ପବିତ୍ର ଲହରୀ

ଚିତ୍ରେ ଦିଶେ ମନୋହର 

ରଜତ ମୁକୁଟ ସମ ହିମାଚଳ

ପାଦ ଧୁଏ ରତ୍ନାକର 

ମାଟି ମାଆ ମୋର ସୁନ୍ଦର ।


ତା ବୁକୁରେ ପାଦ ଦେଇ ମୁଁ ଶିଖିଛି

ଚାଲିବାର ଏଇ ବାଟ

ତା ପାଣି,ପବନ,ଫଳ,ମୂଳେ ମୋର

ଶରୀର ହୋଇଛି ପୁଷ୍ଟ

ଗଢିଛି ମାଟିରେ ମୋର ଷଠୀଘର, 

ଜୀବନ ଜାତକ ମୋର

ମାଟି ମାଆ ମୋର ସୁନ୍ଦର ।


ଏଇ ମାଟି ମାଆ ମୋ ଜୀବନ ରାହା

ତା ଦେହେ ମୋ ଟିକି ଘର

ଏମାଟି ମୋ ମଥା ବିଜୟ ତିଳକ

କାହିଁ ତାର ପଟାନ୍ତର

ଅଭୁଲା ତା ମନଲୋଭା ଛବି ମୋର, 

ପୟରେ ତା ନମସ୍କାର

ମାଟି ମାଆ ମୋର ସୁନ୍ଦର ।



Rate this content
Log in