Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surendra Kumar Behera

Inspirational

3  

Surendra Kumar Behera

Inspirational

ମାଟି ମାଆ ମୋର ସବୁଠୁ ସୁନ୍ଦର

ମାଟି ମାଆ ମୋର ସବୁଠୁ ସୁନ୍ଦର

1 min
183


ମାଟି ମାଆ ମୋର ସବୁଠୁ ସୁନ୍ଦର


ମାଟି ମାଆ ମୋର ସବୁଠୁ ସୁନ୍ଦର

ମୋ ଗାଆଁ ସୁନ୍ଦର ପାଇଁ

ଏକତାରେ ଆମ ରାଇଜ ସୁନ୍ଦର

ହସାଏ ଭାରତ ଭୂଇଁ


ଗଙ୍ଗା ଗୋଦାବରୀ ବହି ଏମାଟିରେ

ମାଟିକୁ କଲେ ପବିତ୍ର

ହିମାଳୟ ଠାରୁ କୁମାରିକା ଯାଏ

ସବୁଠି ଯଶ ବିଦିତ


ସବୁରି ମନରେ ଜାତୀୟତା ଭାବ

ଶାନ୍ତି ମୈତ୍ରୀ ମୁକ୍ତି କାମୀ

ବୀର ଯବାନ ତା,ସୀମାନ୍ତ ପ୍ରହରୀ

କର୍ମଭୂମି ମାତୃଭୂମି


ଏଦେଶ ମାଟିରେ ଖରା ବର୍ଷା ଶୀତ

କାକର କୁହୁଡି ସହି

କୃଷକ ଯୋଗାଏ ସୁନାର ଫସଲ

ହସେମୋ ଭାରତ ଭୂଇଁ


ଏଦେଶ ବିଜ୍ଞାନ ଛୁଇଁ ଆସିଲାଣି

ମଙ୍ଗଳ ଗ୍ରହରୁ ଫେରି

ଚନ୍ଦ୍ର ରାଇଜରେ ଘର ତୋଳିବାକୁ

ମନେ ସ୍ୱପ୍ନ ଅସୁମାରୀ


କଳ କାରଖାନା ଏଦେଶ ପ୍ରଗତି

କୁଶଳି ତା,କାରିଗର

ଜାତୀୟତା ପ୍ରୀତି ଦେଶ ମାତୃକାର

ସହିଦ ଯବାନ ବୀର


ଛତ୍ର ଭଙ୍ଗ ଦିଏ ଲଢେଇରେ ହାରି

ବିଦେଶୀ ସୈନିକ ଯହିଁ

ଜୟ ଯବାନରେ ଜୟ କିଷାନରେ

ହସେମୋ ଭାରତ ଭୂଇଁ


ମାଟି ମାଆ ମୋର ସରଗଠୁ ବଡ଼

ସାରା ଜଗତରେ ବଡ଼

ତା,କୋଳରେ ଯେତେ ଦେବାଦେବୀ ପୀଠ

ଦିନ ସାରା ଲାଗେ ଭିଡ଼


ବଣ ପାହାଡ଼ରେ ନଦୀ ଝରଣାରେ

ସୌନ୍ଦର୍ଯ୍ୟର ସୀମା ଡେଇଁ

ପର୍ଯ୍ୟଟନ କ୍ଷେତ୍ର ସାଜିଛି ଏମାଟି

ଦର୍ଶକ ବିଭୋର ପାଇଁ


ଆର୍ଯ୍ୟ ଭୂମି ବୀର ଭୂମି ପୁଣ୍ୟ ଭୂମି

ଏହି ଦେଶ ମୋ ଭାରତ

ଚିର ବନ୍ଦନୀୟା ଏ ମୋ ମାଟି ମାଆ

ସଦା କରେ ମଥା ନତ



Rate this content
Log in

Similar oriya poem from Inspirational