STORYMIRROR

Mishra Manasi

Inspirational

3  

Mishra Manasi

Inspirational

ମାଣବସା🌹🌹🌹🌹

ମାଣବସା🌹🌹🌹🌹

1 min
261



🌹🌹🌹🌹🌹

ଜଗତର ଅନ୍ନଦାତ୍ରୀ ମହାମାୟୀ

କମଳିନୀ ପଦ୍ମାଳୟା

ଇନ୍ଦିରା ଲୋକମାତା ସିନ୍ଧୁଜେମା

ମହାଲକ୍ଷ୍ମୀ ବିଷ୍ଣୁପ୍ରିୟା ।୧।

ମାର୍ଗଶୀର ମାସଗୁରୁବାର ଅଟେ

କମଳାଙ୍କ ଅତିପ୍ରିୟ

ସେଇଦିନ ପୂଜେ ଓଡ଼ିଆ ଘରଣୀ

ଧାନ ମାଣ୍ଡୁକାର ଦିଅଁ ।୨।

ଘରେ ଘରେ ପୂଜା ମାଆ ମହାଲକ୍ଷ୍ମୀ

ଝଳେ ପାଦ ପଦ୍ମ ଝୋଟି

ମାଣବସା ଗୁରୁବାର ପୁରେପୁରେ

ମାର୍ଗଶୀର ମାସ ଗୋଟି ।୩।

ଶୁକ୍ଳ ଧାନ ମେଣ୍ଟି ଧାନ ମାଣିକାରେ

ରଖି ଶୁକ୍ଳଧାନ ପୂର୍ଣ୍ଣ

ଗୁଵାକ କଦଳୀ ଆଖୁ ମୂଳା ଅଦା

ନା ଲି ବସ୍ତ୍ର ପରିଧାନ ।୪।

ସୋରିଷ ଫୁଲରେ ଓଢଣୀ ସଜାଇ

ଗେଣ୍ଡୁ ପୁଷ୍ପହାର ଦେଇ

ଭକତି ଅନ୍ତରେ ପୂଜେ ଓଡ଼ିଆଣି

ଲକ୍ଷ୍ମୀ କୃପା ଲାଭପାଇଁ ।୫।

ଦରିଦ୍ର ଭଂଜନୀ ବିଷ୍ଣୁ ବିଳାସିନୀ

କୃପା କଲେ ଠାକୁରାଣୀ

 ଶ୍ରୀୟା ଚଣ୍ଡାଳ

ୁଣୀ ସ୍ୱର୍ଗେ ନିବସିଲା

ହୋଇ ଅହ୍ୟ ସୁଲକ୍ଷଣୀ ।୬।

ଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣିଲେ ବୃନ୍ତାନ୍ତ

ଭକ୍ତ ବଳରାମ ଦାସ

ନାରୀର ସମ୍ମାନ ମର୍ଯ୍ୟାଦା ନିମନ୍ତେ

ପ୍ରଭୁ ହେଲେ ଭିକ୍ଷୁ ବେଶ ।୭।

କାଙ୍ଗାଳ ଦରିଦ୍ର ହୋଇ ନାରାୟଣ

ବାର ବରଷ ବୁଲିଲେ

ଲକ୍ଷ୍ମୀ ଛଡା ହୋଇ ବଡ଼ ସାନ ଭାଇ

ଜଗତେ ନିନ୍ଦା ଲଭିଲେ ।୮।

ଲକ୍ଷ୍ମୀ ପୁରାଣର ଗାଥା ଓ ମହାତ୍ମ୍ୟ

ସରବ ଜନ ବିଦିତ

ମାଆ କୁ ଝିଙ୍ଗାସୀ ଅସମ୍ମାନ କରି

ଜଗତ ନାଥ ନିନ୍ଦିତ ।୯।

ଗର୍ଵ ଦମ୍ଭ ଭାଙ୍ଗି ମନ୍ଦିର ଫେରିଲେ

ରଖି ମାଆ ସର୍ତ୍ତ ଗୋଟି

ଚଣ୍ଡାଳୁବ୍ରାହ୍ମଣ ଖାଇବେ ଅବଢ଼ା

ମୁଣ୍ଡେ ପୋଛି ହାତ ଗୋଟି।୧୦।

ଲକ୍ଷ୍ମୀ ପୁରାଣରେ ମାଣବସା କଥା

କହେ ଶ୍ରୀକ୍ଷେତ୍ର ସଂସ୍କୃତି

ଛୁଆଁ କି ଅଛୁଆଁ ଜାତି ଅଜାତିର 

ନାହିଁ ଭେଦଭାବ ନୀତି ।୧୧।


Rate this content
Log in

Similar oriya poem from Inspirational